ଓଡିଶା

କଲ୍ୟାଣୀ ଯୁବଶକ୍ତି ସଂଗଠନର ସଫେଇ କାର୍ଯ୍ୟକ୍ରମ

(ମହାଭାରତ, ରାୟଗଡା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ପ୍ରସିଦ୍ଧ ଦେବଗିରି ଶୈ÷ବପୀଠରେ ରବିବାର କଲ୍ୟାଣୀ ଯୁବଶକ୍ତି ସଂଗଠନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ସଂଗଠନର ସଭାପତି ଶଙ୍କର ଓଡାକାଙ୍କ ନେତୃତ୍ୱରେ ସଂଗଠନର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ମନ୍ଦିର ଚାରିପାଖେ ପଡିଥିବା ଅଳିଆ, ଆବର୍ଜନାକୁ ସଫା କରିଛନ୍ତି । ସୋମନାଥ ମନ୍ଦିର ନିକଟରେ ମଧ୍ୟ ସଫେଇ କରାଯାଇଛି । ସେହିପରି ପାହାଡ ଉପରେ ଥିବା ପୋଖରୀ ଗୁଡିକୁ ସଫା କରାଯାଇଛି । ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଲୋକଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ସଂଗଠନର ସଭାପତି କହିଛନ୍ତି । ସଫେଇ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳ ଲୋକେ ପ୍ରଶଂସା କରିବା ସହ ସଂଗଠନ କର୍ମକର୍ତ୍ତାଙ୍କ ସାହସିକତା ଓ ମାନବିକତାକୁ ଅଞ୍ଚଳବାସୀ ପ୍ରଶଂସା କରିଥିଲେ ।

Related posts

ଓଡିଶାର ଅଗ୍ନିବୀରଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

mahabharatanews

 ସିଧାରପ୍ରସ।ରଣକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ

mahabharatanews

ଆସନ୍ତା ୩ରୁ୪ ଦିନ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

mahabharatanews