ଓଡିଶା

ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କ ତାଲିମ ଶିବିର

(ମହାଭାରତ, କୋଣାର୍କ): କୋଣାର୍କ ନିକଟସ୍ଥ ଭୈରବ ନୋଡାଲ ୟୁପିଏସ ପକ୍ଷରୁ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କ ପାଇଁ ତାଲିମ ଶିବିର ଆୟୋଜିତ ହୋଇଛି । ସାଧନକେନ୍ଦ୍ର ସଂଯୋଜକ ରବୀନ୍ଦ୍ର ବାହିନୀପତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ‘ସହଯୋଗ’ ନାମକ ଏହି ପ୍ରଶିକ୍ଷଣ ଶିବିରରେ ୧୨ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ଅଭିଭାବକ, ୱାର୍ଡ ସଭ୍ୟ, ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀମାନେ ଯୋଗ ଦେଇଥିଲେ । ସାଧନକର୍ମୀ ବନ୍ଦନା ଆଚାର୍ଯ୍ୟ, କାଳନ୍ଦୀଚରଣ ଜେନା ଓ ପ୍ରମୋଦ କୁମାର ବେହେରା ଯୋଗ ଦେଇଥିବା କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ସ୍କୁଲ ପରିଚାଳନା କମିଟି ଗଠନ ପ୍ରଣାଳୀ, ସଦସ୍ୟମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ, ମୋ ସ୍କୁଲ, ଶିକ୍ଷା ଅଧିକାର ଆଇନ, ଶିଶୁ ଅଧିକାର ଓ ବିଦ୍ୟାଳୟ ବିକାଶ ଯୋଜନା ସମ୍ପର୍କରେ କର୍ମୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଗୋପ ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ମିଶ୍ର ପ୍ରଶିକ୍ଷଣ ଶିବିର ବୁଲି ଦେଖିଥିଲେ । ଏ.କେ ବିଦ୍ୟାପୀଠର ସହକାରୀ ଶିକ୍ଷକ ରାମକୃଷ୍ଣ ମହାନ୍ତି, ଆମ୍ବିଳି ଗାଁ ୟୁଜିୟୁପି ସ୍କୁଲର ସହକାରୀ ଶିକ୍ଷକ ଗୋବିନ୍ଦ ଛାଟୋଇ ଓ ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ କେ.ବାସନ୍ତୀ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Related posts

ଗ୍ରୀଷ୍ମ ଛୁଟି ହୋଇଥିଲେ ମଧ୍ୟ ନିୟମିତ ସ୍କୁଲ ଆସିବେ ଶିକ୍ଷକ ଶିକ୍ଷତ୍ରୀ

mahabharatanews

ଶିକ୍ଷାନୁଷ୍ଠାନରେ ପିଇବା ପାଣି ଓ ORS ମହଜୁଦ ରଖିବାକୁ ନିର୍ଦେଶ

mahabharatanews

୩ରୁ ପ୍ରବଳ ବର୍ଷା ସମ୍ଭାବନା ,୧୪ ଜିଲ୍ଲାକୁ  ୟେଲୋ ୱାର୍ଣ୍ଣଂ ଜାରି

mahabharatanews