Uncategorized

ଲଣ୍ଡନ ଓକିଲଙ୍କ ନାମରେ ମାନହାନୀ ମକଦମା ଆଣିଲେ ଅଭିଶେଖ ମନୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ଡ ଅଭିଶେଖ ମନୁ ସିଂହଭି ବୋଫର୍ସ ମାମଲାରେ ତ।ଙ୍କ ପିତା ଏଲ ଏମ ସିଂହଭିଙ୍କ ନାମ ଯୋଡା ଯାଇଥିବାକୁ ବିରେ।ଧ କରି ଲଣ୍ଡନର ଜଣେ ଓକିଲ ସରୋଷ ଜାଇୱାଲାଙ୍କ ନାମରେ ଅପରାଧିକ ଓ ସାମାଜିକ ମାନହାନି ମକଦମା କରିଛନ୍ତି । ସିଂହଭିଙ୍କ ଓକିଲ ଜୟବିର ସେରଗିଲଙ୍କ ଏହି ମାମମଲାରେ ଏକ ଆଇନଗତ ନୋଟିସ ଜଇୱାଲାଙ୍କୁ ପଠାଇ, ସାର୍ବଜନୀନ କ୍ଷମା ପ୍ରାର୍ଥନା କରିବାକୁ କହିଛନ୍ତି ।

ସିଂଭି ଲଣ୍ଡନର ଓକିଲ ସରୋଷ ଜାଇୱାଲାଙ୍କ ନାମରେ ତାଙ୍କୁ ପିତା ଏଲଏମ ସିଂହଭିଙ୍କ ନାମ ବୋଫର୍ସ ମାମଲା ଉପରେ ଲିଖିତ ତାଙ୍କ ପୁସ୍ତକ ‘ଅନର ବ।ଉଣ୍ଡ’ରେ ଯୋଡି ତାଙ୍କ ପରିବାରକୁ ବଦନାମ କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏହି ପୁସ୍ତକ ଗତ ମାସରେ ଉନ୍ମୋଚିତ ହୋଇଥିଲା ।

Related posts

୬୦ ଆନ୍ଦୋଳନକାରୀ ଶିକ୍ଷାର୍ଥୀ ଅଟକ

mahabharatanews

ଆନ୍ଦୋଳନକୁ ଓହ୍ଲାଇବେ ଢାବା ମାଲିକ

mahabharatanews

ରାକେଶ ଅସ୍ଥାନାଙ୍କ ଲାଇ ଡିଟେକ୍ଟର ଟେଷ୍ଟ ନ ହେବା ପାଇଁ ସିବିଆଇ କୋର୍ଟଙ୍କ ପ୍ରଶ୍ନ

mahabharatanews