ଅପରାଧ

ଯୌତୁକ ପାଇଁ ଗର୍ଭବତୀ ମହିଳାଙ୍କୁ ହତ୍ୟା ଅଭିଯୋଗ

ମହାଭାରତ: ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ଜଣେ ଗର୍ଭବତୀ ମହିଳାଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତା ମହିଳା ଜଣକ ମଲ୍ଲିକପୁର ପଞ୍ଚାୟତ ଅଧିନ ଦାଣ୍ଡିସାହି ଗାଁର ନବଘନ ଜେନାଙ୍କ ଝିଅ ରାକ୍ଷୀ ଜେନା ବୋଲି ଜଣାପଡିଛି । ଏହି ଘଟଣାରେ ପୋଲିସ ଉକ୍ତ ମହିଳାଙ୍କ ଶାଶୂଘର ଲୋକଙ୍କୁ ଗିରଫ କରିଛି । ତେବେ ଗୋଟିଏ ପଟେ ମହିଳା ଜଣକ ଆତ୍ମହତ୍ୟା କରିଥିବା ଶାଶୂଘର ଲୋକେ କହିିଛନ୍ତି । କିନ୍ତୁ ଯୌତୁକ ପାଇଁ ତାଙ୍କ ଝିଅକୁ ଶାଶୂଘର ଲୋକେ ହତ୍ୟା କରିଥିବା ରାକ୍ଷୀଙ୍କ ପରିବାର ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ସରୋଜ ଓ ରାକ୍ଷୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ୬ ମାସ ପୂର୍ବେ ଦୁହିଁଙ୍କର ବିବାହ ହୋଇଥିଲା । କିଛିଦିନ ଉଭୟଙ୍କ ମଧ୍ୟରେ ଠିକ୍ ଚାଲିବା ପରେ ଶାଶୂଘର ଲୋକେ ରାକ୍ଷୀଙ୍କୁ ଯୌତୁକକୁ ନେଇ ନାନା କଥା କହୁଥିଲେ । ଏପରିକି ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ । ତେବେ ଶନିବାର ଦିନ ସନ୍ଧ୍ୟାରେ ରାକ୍ଷୀଙ୍କ ସ୍ୱାମୀ କୌଶଳ କରି ତାଙ୍କୁ ବିଷ ପିଆଇ ଦେଇଥିଲେ । ପରେ ଗଳା ଚିପି ହ୍ୟତ୍ୟା କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ମହିଳାଙ୍କ ଗଳାରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ପରେ ପୋଲିସ ମହିଳାଙ୍କ ସ୍ୱାମୀ ସରୋଜ ମଲ୍ଲିକ, ଶାଶୂ ସ୍ନେହଲତା ମଲ୍ଲିକ, ଶ୍ୱଶୁର ଅଜୟ ମଲ୍ଲିକ ଓ ଦିଅର ସଞ୍ଜୟ ମଲ୍ଲିକଙ୍କୁ ଗିରଫ କରିଛି ।

Related posts

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପେକ୍ସ ସଂପାଦକ

mahabharatanews

ମାଆଙ୍କ ସହ ଦୁଇ ଶିଶୁଙ୍କୁ ନିର୍ମମ ହତ୍ୟା

mahabharatanews

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews