Uncategorized

ଇଥିଓପିଆ: ଅଜଣା ରୋଗରେ ୧୫ ମୃତ୍ୟୁ

ନୂଆଦିଲ୍ଲୀ: ସାରା ବିଶ୍ୱ କୋରୋନା ଭୂତାଣୁ ସଂକ୍ରମିତରେ ଭୟଭୀତ ଥିବା ବେଳେ ଆଫ୍ରିକାର ଇଥିଓପିଆରେ ଏକ ରହସ୍ୟମୟୀ ରୋଗରେ ଲୋକଙ୍କ ଜୀବନ ଯାଉଛି । ଏହି ରୋଗରେ ଲୋକଙ୍କ ନାକ ଓ ପାଟିରୁ ରକ୍ତ ବାହାରୁଛି ଓ ଆତ୍କ ହଳଦିଆ ହୋଇଯାଉଛି । ଏହାପରେ ଲୋକଙ୍କ ମୃତ୍ୟୁ ହେଉଛି । ଆଫ୍ରିକା ଗଣମାଧ୍ୟମ ଅନୁଯାୟୀ, ଇଥିଓପିଆର ସୋମାଲିରେ ଏକ ରହସ୍ୟମୟୀ ରୋଗରେ ଏପର୍ଯ୍ୟନ୍ତ ୧୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ତେବେ ଏହାକୁ ନେଇ ସରକାରୀ ସ୍ତରରେ କୌଣସି ସ୍ପଷ୍ଟିକରଣ ଦିଅ।।ଯାଇ ନ।ହିଁ ।

ସୂତ୍ର ଅନୁଯାୟୀ, ସ୍ଥାନୀୟ ଲୋକେ ଏହି ରୋଗ ପାଇଁ ଚୀନର ଡ୍ରିଲିଙ୍ଗରୁ ବାହାରୁଥିବା ବିଷାକ୍ତ ବର୍ଜ୍ୟ ବସ୍ତୁକୁ ଦାୟୀ କରୁଛନ୍ତି । ଏହି ରୋଗର ପ୍ରଭାବ ସବୁଠାରୁ ଅଧିକ ସୋମାଲିର ଏକ ଗ୍ୟାସ ପରିଯୋଜନା ନିକଟ ବର୍ତ୍ତୀ ଗାଁରେ ଦେଖିବାକୁ ମିଳିଛି । ଲୋକେ ଆହୁରି କହୁଛନ୍ତି, ପ୍ରଥମେ ପୀଡିତଙ୍କ ଆଖି ହଳଦିଆ ହୋଇଯାଏ, ଏହା ପରେ ଜ୍ୱର ହୋଇ ପୁରା ଶରୀର ଫୁଳିଯାଏ । ଏହାପରେ ଆଖି ଓ ପାଟିରୁ ରକ୍ତ ବାହି ରୋଗୀର ମୃତ୍ୟୁ ହୋଇଯାଏ । ଏହା ବ୍ୟତୀତ ଏହି ଅଜଣା ରୋଗର ଅନ୍ୟ ଲକ୍ଷଣରେ ପାପୁଲି ହଳଦିଆ ହୋଇଯାଏ, ଭୋକ ଲାଗେନାହିଁ, ନିଦ ହୁଏ ନାହିଁ । ଅଧିକାରୀମାନେ ଇଥିଓପିୟା କ୍ଷେତ୍ରରେ ସ୍ୱାସ୍ଥ୍ୟ ଓ ପର୍ଯ୍ୟାବରଣ ସଂକଟର ଏହି ଦାବିକୁ ମନା କରି ଦେଇଛି । ଏହା କିପରି ରୋଗ ତାହା ସ୍ପଷ୍ଟ ହୋଇପାରୁ ନାହିଁ ।

Related posts

ପୂର୍ବ ପରି ନମସ୍କାରକୁ ଆପଣେଇବା ଦରକାର: ମୋଦି

mahabharatanews

ଆନ୍ଧ୍ରରେ ଦୁର୍ଘଟଣା, ୬ ଓଡ଼ିଆ ମୃତ

mahabharatanews

ଏଣିକି ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେବ ବ୍ୟାଟେରୀ ଚାଳିତ ଗାଡି

mahabharatanews