ଓଡିଶା

ପାଲଲହଡାରେ ଆଜିଠୁ ମାଲ୍ୟଗିରି ମହୋତ୍ସବ

(ମହାଭାରତ, ପାଲଲହଡା): ଦୀର୍ଘ ୭୦ ବର୍ଷ ପରେ ପାଲଲହଡାରେ ‘ମାଲ୍ୟଗିରି ମହୋତ୍ସବ’ ଆରମ୍ଭ ହୋଇଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ତେବେ ମହୋତ୍ସବର ଦିନକ ପୂର୍ବରୁ ୬ଟି ଭିନ୍ନ ଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ପରେ ଏକ ମଶାଲ ଯାତ୍ରା ଆରମ୍ଭ ହୋଇଥିଲା । ଏଥିରେ ପାଲଲହଡା ବିଧାୟକ ମୁକେଶ ପାଳ, ଉପଜିଲ୍ଲାପାଳ ଅଜିତ କୁମାର ପ୍ରଧାନ, ବ୍ଲକ ଅଧ୍ୟକ୍ଷ ନବକିଶୋର ନାଏକ ପ୍ରମୁଖ ଯୋଗ ଦେଇଥିଲେ । ରଜଡଙ୍ଗ ମା’ ଭୂଆଶୁଣି ମନ୍ଦିର ଠାରୁ ଏହି ମଶାଲ ଯାତ୍ରା ବାହାରି ପାଲଲହଡା ଅଧିଷ୍ଠାର୍ଥୀ ଦେବୀ ମା’ କୁଣ୍ଢେଇବିରା ମନ୍ଦିର ନିକଟରେ ପହଞ୍ଚିଥିଲା । ଏହି ମହୋତ୍ସବ ଚଳିତମାସ ୫ ତାରିଖରୁ ଆରମ୍ଭ ହେବା ପରେ ଦୀର୍ଘ ପାଞ୍ଚ ଦିନ ଧରି ଚାଲିବ । ମାର୍ଚ୍ଚ ୯ ତାରିଖରେ ମହୋତ୍ସବର ଉଦଯାପନୀ ହେବ ।

Related posts

ଅସ୍ତରଙ୍ଗରେ ମଦ ବିରୋଧୀ ସଚେତନତା ଶୋଭାଯାତ୍ରା

mahabharatanews

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

mahabharatanews

ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ ସପ୍ଲିମେଣ୍ଟାରି ପରୀକ୍ଷା

mahabharatanews