(ଆଦର୍ଶ ରାଉତ)ରିପୋର୍ଟସଟୁଡେ: ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ଅଞ୍ଚଳରେ ୨୦୧୩ ଜୁନ ମାସରେ ଘଟିଲା ଅଭାବନୀୟ ଘଟଣା । ନିଜ ସ୍ତ୍ରୀକୁ ୩୦୦ ଖଣ୍ଡ କରି କାଟି ଟିଫିନ୍ରେ ରଖିବା ମାମଲାରେ ଅଭିଯୁକ୍ତ ସ୍ୱାମୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ସଜା। ଦୋଷୀ ସ୍ୱାମୀ ସୋମନାଥ ପରିଡ଼ାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଜ୍। ଏହି ଘଯଣାରେ ଦୋଷୀକୁ ସାଜା ଘୋଷଣା ହେଲା ପରେ ଆଜି ପୋଲିସ କମିସନର ସୁଧାଷୁ ଷଢଙ୍ଗୀ ଏହି କେସର ଆଇ ଓ ସେତେବେଳେର ନାୟାପଲ୍ଲୀ ଥାନା ଏ ସି ପି ତଥା ବର୍ତ୍ତମାନର ଅତିରିକ୍ତ ଏସ ପି , ପାରାଦ୍ୱୀପ ବିଷ୍ଣୁ ମିଶ୍ର ଓ ସରକାରୀ ଓକିଲ ଶରତ ଚନ୍ଦ୍ର ସାମନ୍ତଙ୍କୁ ନିଜ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି ।
