ଓଡିଶା

ପୂର୍ବ ଓଡ଼ିଶା ଶିଳ୍ପାଞ୍ଚଳ ବିକାଶ ପରିଷଦର ଚକ୍ଷୁ ଚିକିତ୍ସା ଶିବିର

(ମହାଭାରତ, ପାରାଦ୍ୱୀପ): ପୂର୍ବ ଓଡ଼ିଶା ଶିଳ୍ପାଞ୍ଚଳ ବିକାଶ ପରିଷଦ ପକ୍ଷରୁ ଏକ ମେଗା ଚକ୍ଷୁ ଚିକିତ୍ସା ଶିବିର ଉଦଘାଟିତ ହୋଇଯାଇଛି । ଏହାର ଉଦ୍ଘାଟନୀ ଉତ୍ସବରେ ଏଲଆଣ୍ଡଟି ନିର୍ଦ୍ଦେଶକ ଏନ ରମଣ, ଡାକ୍ତର ଶ୍ୱେତା ମଲ୍ଲିକ, ନନ୍ଦିନୀ ପଣ୍ଡା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ର ଯୋଗ ଦେଇଥିଲେ । ସମ୍ପ୍ରତି ପାରାଦ୍ୱୀପରେ ଧୂଳି ଧୂଆଁ ପ୍ରଦୂଷଣ ଯୋଗୁ ଲୋକମାନେ ଦୃଷ୍ଟିଶକ୍ତି ହରାଉଥିବା ଲକ୍ଷ୍ୟ କରାଯାଉଛି । ଏଥିପାଇଁ ଗାଡି ଚାଳକ କ୍ଷତିଗ୍ରସ୍ତ ହେଉଛନ୍ତି । ସମୟ ଅଭାବରୁ ସେମାନେ ଆଖି ପରୀକ୍ଷା କରିପାରୁନଥିବା ବେଳେ ଏଥିଯୋଗୁଁ ଦୂର୍ଘଟଣା ମଧ୍ୟ ବୃଦ୍ଧି ପାଉଛି । ଯେଉଁଥିପାଇଁ ଶ୍ରମିକ ସଙ୍ଗଠନ ପକ୍ଷରୁ ଏଠାରେ ଏହି ଚକ୍ଷୁ ଚିକିତ୍ସା ଶିବିର ଉଦଘାଟିତ ହୋଇଛି । ଉଦଘାଟନର ପ୍ରଥମ ଦିନରେ ୫୫ ଜଣ ରୋଗୀଙ୍କର ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ପାରାଦ୍ୱୀପର ବିଭିନ୍ନ ସ୍ଥାନରେ କ୍ୟାମ୍ପ ଗଠନ କରାଯାଇ ଡ୍ରାଇଭରମାନଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ସେମାନଙ୍କୁ ମାଗଣା ଚଷମା ପ୍ରଦାନ କରାଯିବ ।

Related posts

ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦାୟିତ୍ୱ ଗ୍ରହଣ କଲେ ଶ୍ରୀମୟୀ ମିଶ୍ର

mahabharatanews

ସ୍ୱାଧୀନତା ପରେ ମଧ୍ୟ ପହରିଆ ସମ୍ପ୍ରଦାୟଙ୍କୁ ମିଳିନି ଜନଜାତି ମାନ୍ୟତା

mahabharatanews

ଆରମ୍ଭ ହେଲା ଭୁବନେଶ୍ୱରରୁ ସିଙ୍ଗାପୁର ବିମାନ ସେବା

mahabharatanews