ଓଡିଶା

ବସକୁ ଧକ୍କା ଦେଲା ଟ୍ରକ୍, ୨ ଗୁରୁତର ୫ ଆହତ

(ମହାଭାରତ, ବାରିପଦା): ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ଏଠାରେ ବୁଧବାର ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏକ ଘରୋଇ ଯାତ୍ରୀବାହୀ ବସକୁ ଏକ ଲୁହାପଥର ବୋଝେଇ ଟ୍ରକ୍ ଧକ୍କା ଦେଇଛି । ଫଳରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ବୁଧବାର ବାରିପଦାରୁ ବାଦାମପାହାଡ଼ ଯାଉଥିବା ‘ଆନନ୍ଦ’ ନାମକ ଏକ ଘରୋଇ ବସ୍ ଘାଟି ଚଢୁଥିଲା ବେଳେ ବିପରୀତ ଦିଗରୁ ଏକ ଲୁହାପଥର ବୋଝେଇ ଟ୍ରକ ଦ୍ରୂତଗତିରେ ଆସି ଧକ୍କା ଦେଇଥିଲା । ପରେ ଟ୍ରକ୍ଟି ଘାଟି ତଳକୁ ଖସି ପଡିଥିଲା । ଏହି ଦୂର୍ଘଟଣା ଫଳରେ ଉକ୍ତ ବସ୍ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତର ଯାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ପଣ୍ଡିତ ରଘୁନାଥ ମେଡିକାଲକୁ ପଠାଇ ଦିଆଯାଇଛି । ଆହତମାନେଙ୍କୁ ବାଙ୍ଗିରିପୋଷୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପଟେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୂର୍ଘଟଣାରେ ଟ୍ରକ୍ ଚକା ତଳେ ଚାପି ହୋଇ ରହିଯାଇଥିବା ଟ୍ରକ୍ ଚାଳକଙ୍କୁ ଉଦ୍ଧାର କରିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ନିଖୋଜ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

ଭିନ୍ନକ୍ଷମ ଚଣ୍ଡୁ ଓ ଜମିହରା ସୈାଭାଗ୍ୟକୁ ମିଳିଲା ପ୍ରତିଶୃତି, ‘ଆମରଣ ଅନଶନ’ ସ୍ଥଗିତ

mahabharatanews

ସଂଘ ରୋଧ କେନ୍ଦ୍ରରେ ବୃକ୍ଷ ରୋପଣ

mahabharatanews