Uncategorized

ଘରେ ପ୍ରସ୍ତୁତ କରନ୍ତୁ ଛତୁ ପରଟା

(ମହାଭାରତ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଛତୁ ପରଟା ।
ଆବଶ୍ୟକ ସାମଗ୍ରୀ: ଅଟା, ଛତୁ, ଲୁଣ, ମଇଦା, ଜୁଆଣୀ, ଘିଅ, ଗୋଲମରିଚ ଗୁଣ୍ଡ, କଟା ପିଆଜ, କଟା କଞ୍ଚା ଲଙ୍କା, କଟା ଅଦା, ଲଙ୍କା ଗୁଣ୍ଡ, ଚାଟ ମସଲା, ଆମଚୁର ପାଉଡର, କଟା ଧନିଆ ଓ ତେଲ ।
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ ଏକ ପାତ୍ରରେ ଅଟା, ଲୁଣ, ମଇଦା, ଜୁଆଣୀ ଓ ଘିଅ ନେଇ ଭଲ ଭାବେ ଗୋଳାନ୍ତୁ । ଏହାପରେ ଅଳ୍ପ ଅଳ୍ପ ପାଣି ଢାଳି ଅଟାକୁ ଦଳନ୍ତୁ । ଅଟା ଦଳି ସାରିବା ପରେ ନରମ ହେବା ପାଇଁ ଏହାକୁ ଏକ କପଡାରେ ଗୁଡାଇ କିଛି ସମୟ ରଖି ଦିଅନ୍ତୁ ।

ଏବେ ତାୱା ଗରମ କରି ତେଲ ପକାନ୍ତୁ । ତେଲ ଗରମ ହେବା ପରେ କଟା ଛତୁକୁ ପକାଇ ଅଳ୍ପ ଲୁଣ ଓ ଗୋଲମରିଚ ଗୁଣ୍ଡ ଦେଇ କିଛି ସମୟ ଭାଜନ୍ତୁ । ପରେ ଏଥିରେ କଟା ପିଆଜ, କଟା କଞ୍ଚା ଲଙ୍କା, କଟା ଅଦା, ଲଙ୍କା ଗୁଣ୍ଡ, ଚାଟ ମସଲା, ଆମଚୁର ପାଉଡର ଓ କଟା ଧନିଆ ପତ୍ର ପକାଇ ଭଲ ଭାବେ ଗୋଳାନ୍ତୁ । ମସଲା ପ୍ରସ୍ତୁତ ହୋଇଯିବା ପରେ ଏହାକୁ କାଢି ଥଣ୍ଡା କରନ୍ତୁ ।

ଏବେ ଚକଟା ଯାଇଥିବା ଅଟାକୁ ଗୁଳା କରନ୍ତୁ ଓ ଏହାକୁ ଅଳ୍ପ ବେଲି ଏହା ମଝିରେ ଛତୁ ପୁର ଦେଇ ପୁଣି ବନ୍ଦ କରିଦିଅନ୍ତୁ । ଏହାପରେ ଏଗୁଡିକୁ ରୁଟି ପରି ବେଲନ୍ତୁ ଏବଂ ଗରମ ତାୱାରେ ପକାଇ ଭଲ ଭାବେ ସେକନ୍ତୁ । ଦୁଇ ପଟ ଭଲ ଭାବେ ସେକି ହୋଇଗଲେ ତେଲ ପକାଇ ଏପଟ ସେପଟ କରନ୍ତୁ । ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଛତୁ ପରଟା’ । ଏହାକୁ ଚଟଣୀ, ସସ୍ କିମ୍ବା ଦହି ସହିତ ଗରମ ଗରମ ପରଷନ୍ତୁ ।

Related posts

ଗଣମାଧ୍ୟମ ରିପୋର୍ଟକୁ ରେଳବାଇର ଖଣ୍ଡନ: ୧୫ରୁ ଚାଲିବ ନାହିଁ ରେଳ

mahabharatanews

ଭାରତ ଆମେରିକା ଡଗ୍ସ ତଷ୍କରୀ ବିରୋଧରେ ମିଳିତ କାର୍ଯ୍ୟ କରିବେ: ଟ୍ରମ୍ପ

mahabharatanews

ମାଓ ଗୁଳିରେ ୧୭ ଜବାନ ସହିଦ

mahabharatanews