Uncategorized

କୁକୁରକୁ ଡେଇଁଲା କୋରୋନା

(ହଂକଂ): ଚୀନରୁ ଉତ୍ପତ୍ତି ହୋଇଥିବା ଭୟଙ୍କର କୋରୋନା ଭାଇରସ ଏବେ ମଣିଷ ଠାରୁ ପଶୁ ଶରୀରକୁ ଡେଇଁଛି । ଏବେ କୁକୁର ଦେହରେ ଏହି ଭୂତାଣୁ ଠାବ ହୋଇଛି । ଏହି ଭାଇରସରେ ସଂକ୍ରମିତ ଜଣେ ବ୍ୟକ୍ତିଙ୍କ ପୋଷା କୁକୁର ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛି । ହଂକଂରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏଠାରେ ରହୁଥିବା ଜଣେ କୋରୋନା ରୋଗୀଙ୍କ ଘରେ ତାଙ୍କ ପୋଷା କୁକୁରକୁ ଭାଇରସ ବ୍ୟାପିଛି । ହଂକଂ ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ପୋମେରିଆନ ପ୍ରଜାତିର ଏହି କୁକୁରଟି କୋରୋନାରେ ଆକ୍ରାନ୍ତ ହେବା ପରେ ତାକୁ ମଣିଷ ଭଳି ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଛି । ତା’ ଶରୀରର ଯାଞ୍ଚ ଚାଲିଛି । ଗତ ଶୁକ୍ରବାର ଠାରୁ କୁକୁରଟିକୁ ଅଲଗା ରଖାଯାଇ ପରୀକ୍ଷା କରାଯାଇଥିଲା । ପରେ ସେ କୋରୋନା ସଂକ୍ରମିତ ବୋଲି ଜଣାପଡିଥିଲା । ତେବେ ମଣିଷ ଭଳି କୁକୁର ଶରୀରକୁ କୋରୋନା ବ୍ୟାପି ପାରିନାହିଁ । ବାରମ୍ବାର ପରୀକ୍ଷା ସତ୍ତେ୍ୱ ମଧ୍ୟ ଉକ୍ତ କୁକୁର ଦେହରେ ଆଂଶିକ ସଂକ୍ରମଣ ଥିବା ଜଣାପଡୁଛି । ତେଣୁ ଏହାକୁ ‘ଦୁର୍ବଳ ପଜିଟିଭ’ ବୋଲି କୁହାଯାଉଛି । ସ୍ଥାନୀୟ ଅଞ୍ଚଳରେ ଥିବା ପଶୁ କେନ୍ଦ୍ରରେ ତାକୁ ଏକ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି ।

Related posts

ଅଜଣା ଜ୍ୱରରେ ୧୦ ଜଣଙ୍କ ମୃତ୍ୟୁ

mahabharatanews

ଛୋଟା ରାଜନ ସମେତ ୪ ଜଣଙ୍କୁ ୨ ବର୍ଷ କାରାଦଣ୍ଡ

mahabharatanews

ବିହାର ନିର୍ବାଚନ ପାଇଁ ନୀତିଶଙ୍କ ଟାର୍ଗେଟ ନିର୍ଦ୍ଧାରଣ

mahabharatanews

Leave a Comment