ନୂଆଦିଲ୍ଲୀ: ଆମେରିକା ମହାକାଶ ଏଜେନ୍ସି ନାସା ମଙ୍ଗଳ ଗ୍ରହର ଏକ ଫଟୋ ଜାରି କରିଛି । ଏହି ଫଟୋରେ ଲାଲ ଗ୍ରହର ଭୂପୃଷ୍ଟ ଉପରେ ଏକ ରହସ୍ୟମୟ ଛିଦ୍ର ପରି ରହିଛି । ବୈଜ୍ଞାନିକଙ୍କ ଅନୁସାରେ, ଏଥିରୁ ମଙ୍ଗଳ ଗ୍ରହରେ ଜୀବନର ଥିବାକୁ ନେଇ କିଛି ସୂଚନା ମିଳିପାରେ । ତେବେ ଏହା ଉପରେ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି । ଏହି ଫଟୋ ବ୍ୟତୀତ ନାସା ପ।।ବୋନିସ ମସ୍ ନାମକ ଏକ ଜ୍ୱାଳାମୂଖୀର ଫଟୋ ମଧ୍ୟ ଜାରି କରିଛି, ଯେଉଥିରେ ଧୂଳିପୂର୍ଣ୍ଣ ଚଟାଣ ଚିତ୍ରିତ ହୋଇଛି । ଏହି ଫଟୋକୁ ନାସର ମଙ୍ଗଳ ରିକାଇସେସ୍ କକ୍ଷରୁ ୨୦୧୧ରେ ପଠାଯାଇଥିଲା । ଏବେ ନାସା ଏହାକୁ ସାର୍ବଜନୀନ କରିଛି । ଏସମ୍ପର୍କରେ ନାସା ବୈଜ୍ଞାନିକ ରୋବର୍ଟ ନେମିଟାମ୍ଫ ଓ ଜେରି ବନେଲ ବିସ୍ତୃତଭାବେ ବାଖ୍ୟା କରିଛନ୍ତି ଓ ଏହାକୁ ନାସାର ବ୍ଲଗରେ ଛଡା ଯାଇଛି । ସେଥିରେ ଉଲ୍ଲେଖ ରହିଛି କି, ଏହି ଛିଦ୍ର ନିକଟରେ ସୁରକ୍ଷିତ ଗୁମ୍ଫା ଥିବା ସୂଚନା ମିଳୁଛି, ଯାହାର ଲମ୍ବା ୩୫ ମିଟର ଓ ଚୌଡା ୨୦ ମିଟର ପର୍ଯ୍ୟନ୍ତ ରହିଛି । ବର୍ତ୍ତମାନ ବୈଜ୍ଞାନିକ ଅନୁଧ୍ୟାନ କରୁଛି, ଏହି କ୍ଷେତ୍ରର ଚାରି ପାଖରେ ଗୋଲାକାର ଗାତ କାହିଁ ରହିଛି । ଗୋଟିଏ ଦଳ ଅନୁମାନ କରୁଛନ୍ତି କି ଏହି ଗୋଲାକାର ଗ।।ତ ଏଲିଏନ୍ସଙ୍କ ଉପସ୍ଥିତିକୁ ଦର୍ଶାଉଛି ଓ ହୁଏତ ମାନବ ଜାତି ଏବେ ଏଲିଏନ୍ସଙ୍କ ଜୀବନକୁ ଉଜାଗର କରିପାରିବ ।
previous post
next post
