Uncategorized

ଛତିଶଗଡ ତ୍ରିପଲ୍ ମର୍ଡର ମାମଲା ଅଭିଯୁକ୍ତଙ୍କ ସଜା ବଦଳାଇଲେ ସୁପ୍ରିମକୋର୍ଟ

(ନୂଆଦିଲ୍ଲୀ): ଛତିଶଗଡରେ ୨୦୧୧ ମସିହାରେ ହୋଇଥିବା ଏକ ତ୍ରିପଲ୍ ମର୍ଡର ମାମଲାର ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଛନ୍ତି । ଏହି ମାମଲାର ଅଭିଯୁକ୍ତଙ୍କୁ ପୂର୍ବରୁ ମୃତ୍ୟୁ ଦଣ୍ଡାଦେଶ ମିଳିଥିଲା । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଅଭିଯୁକ୍ତଙ୍କ ସଜା ବଦଳାଇଛନ୍ତି । କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୁପ୍ରିମକୋର୍ଟର ଏକ ତିନି ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରି ମାମଲାର ଅଭିଯୁକ୍ତଙ୍କୁ ଏହି ସଜା ଶୁଣାଇଛନ୍ତି । ଫଳରେ ୨୫ ବର୍ଷ ପାଇଁ ସେ ଜେଲରେ ସଜା କାଟିବେ । ଅଭିଯୁକ୍ତ ଜଣକ ମନୋଜ ସୁର୍ଯ୍ୟବଂଶୀ ବୋଲି ଜଣାପଡିଛି । ୨୦୧୧ ମସିହାରେ ଯୁବକ ଜଣକ ୩ ଜଣ ପିଲାଙ୍କ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଲୁଚାଇ ରଖିଥିଲେ । ଏହି ମାମଲାରେ ଅଭିଯୁକ୍ତ ସୂର୍ଯ୍ୟବଂଶୀଙ୍କୁ ବିଳାଶପୁର କୋର୍ଟ ମୃତ୍ୟୁ ଦଣ୍ଡ ଦେଇଥିଲେ । ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଏହାକୁ ନେଇ ସ୍ୱତନ୍ତ୍ର ପିଟିସନ ଦାଖଲ ହେବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହାର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି ।

Related posts

ସୋନଭଦ୍ରା ସୁନା: କେନ୍ଦ୍ରକୁ ଶଶିଙ୍କ ତାତ୍ସଲ୍ୟ

mahabharatanews

ବିମାନ ଅପହରଣ ଏକ ଗୁଜବ: ୟୁକ୍ରେନ

mahabharatanews

ସେନା ଗୁଳିରେ ୩ ଆତଙ୍କୀ ନିହତ

mahabharatanews