Uncategorized

ଏହି ଉପାୟରେ କରନ୍ତୁ ଚନ୍ଦ୍ର ପୂଜା ଦୂର ହେବ ଆର୍ଥିକ ସଙ୍କଟ

(ମହାଭାରତ): ୨ମାର୍ଚ୍ଚ ଠାରୁ ଆରମ୍ଭ ହୋଇଯାଇଛି ହୋଲାଷ୍ଟକ ଯାହାକୁ ମାଙ୍ଗଳିକ କାର୍ଯ୍ୟ ପାିଁ ଶୁଭ ଧରାଯାଇଛି । ଏହା ଶେଷ ହେବା ପରେ ହୋଲିର ପାବନ ପର୍ବକୁ ପାଳନ କରାଯାଏ । ଏମିତିରେ ଆଜି ଆମେ ଆପଣଙ୍କୁ ଜଣାଇବୁ ହୋଲି ଦିନ କରାଯାଉଥିବା ଚାନ୍ଦା ପୂଜା,ଯାହାକୁ ବହୁତ ଭଲ ବୋଲି ଧରାଯାଇଛି । ଏହି ଉପାୟ ଆପଣଙ୍କ ଧନ ସହିତ ଜଡିତ ସବୁ ଚିନ୍ତାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ହୋଲି ଦିନ ରାତିରେ ଚନ୍ଦ୍ରୋଦୟ ହେବା ପରେ ନିଜ ଘରର ଛାତ ଉପରେ କିମ୍ବା ଖାଲି ସ୍ଥାନରେ ଯେଉଁଠି ଚନ୍ଦ୍ର ଦେଖାଯାଉଥିବେ ସେଠାରେ ଛିଡା ହୁଅନ୍ତୁ । ଏହାପରେ ଚନ୍ଦ୍ରଙ୍କୁ ସ୍ମରଣ କରନ୍ତୁ ଏହାପରେ ରୂପା ପ୍ଲେଟରେ କିଛି ଲୁହଣୀ ରଖି ଶୁଦ୍ଧ ଘିଅରେ ଦୀପ ସହିତ ଧୂପ ଏବଂ ଅଗରବତୀ ଅର୍ପଣ କରନ୍ତୁ ।

ଏବେ କ୍ଷୀରରେ ଅର୍ଘ୍ୟ ପ୍ରଦାନ କରନ୍ତୁ । ଅର୍ଘ୍ୟ ପରେ କୌଣସି ଧଳା ପ୍ରସାଦ ତଥା କେସର ମିଶ୍ରିତ ସାବୁଦାନାର କ୍ଷୀର ଅର୍ପଣ କରନ୍ତୁ । ଚନ୍ଦ୍ରଙ୍କୁ ପୂଜା କରି ଘରୁ ଆର୍ଥିକ ସଙ୍କଟ ଦୂର ହୋଇ ସମୃଦ୍ଧି ଆଣିବା ପାଇଁ ନିବେଦନ କରନ୍ତୁ । ପରେ ପ୍ରସାଦ ଏବଂ ଲହୁଣୀକୁ ପିଲାଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତି । ଏହାପରେ ଲଗାତାର ଆସୁଥିବା ପ୍ରତ୍ୟେକ ପୂର୍ଣ୍ଣିମାର ରାତିରେ ଚନ୍ଦ୍ରଙ୍କୁ କ୍ଷୀରରେ ଅର୍ଘ୍ୟ ଅବଶ୍ୟ କରାନ୍ତୁ । କିଛି ଦିନରେ ଆପଣ ଫରକ ଅନୁଭବ କରିବେ । ଦେଖିବେ ଆପଣଙ୍କର ଆର୍ଥିକ ସଙ୍କଟ କମିବା ସହିତ ସମୃଦ୍ଧି ନିରନ୍ତନ ବୃଦ୍ଧି ହେବ ।

Related posts

ଇରାନ ସଂସଦୀୟ ନିର୍ବାଚନରେ ଭୋଟ ପ୍ରିକ୍ରିୟା ସମ୍ପନ୍ନ

mahabharatanews

ଶୀଘ୍ର ରାମ ମନ୍ଦିର ନିର୍ମାଣ ଆରମ୍ଭ କରିବାକୁ ଟ୍ରଷ୍ଟ ମୁଖ୍ୟଙ୍କ ଅନୁରୋଧ

mahabharatanews

ଚିକିତ୍ସା ଅବହେଳାରୁ ବାଳିକାଙ୍କ ମୃତ୍ୟୁ ଅଭିଯୋଗ

mahabharatanews