Uncategorized

ଏପରି କୌଣସି ଦେଶ, ଯେଉଁଠି ସମସ୍ତଙ୍କୁ ସ୍ୱା୍ଗତ କରାଯାଉଛି: ଜୟଶଙ୍କର

ନୂଆଦିଲ୍ଲୀ: ଗ୍ଲୋବାଲ ବିଜନେସ ସମିତିକୁ ସଂବୋଧିତ କରିବାକୁ ଯାଇ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଆଜି ବିଶ୍ୱସର ସହ କହିପାରୁଛି କି, ଯଦି ଆପଣ କୌଣସି ଭାରତୀୟ ଦୂତାବାସକୁ ଯାଆନ୍ତି, ସେଠାରେ ଏପରି ସ୍ୱାଗତ କରାଯିବ, ଯାହାକୁ ଦେଖି ଆପଣ ନିଶ୍ଚିତ ପ୍ରଭାବିତ ହେଲେ । ଏହା ଏପରି ହୋଇଛି, କାରଣ ଆମେ ଆମ ଦ୍ୱିପାକ୍ଷିକ ସମ୍ବନ୍ଧକୁ ଏକ ନୂଆ ଉଚ୍ଚତାକୁ ଆଣିବାକୁ ଚାହୁଁଛୁ, ଯାହା ପୂର୍ବରୁ ନ ଥିଲା । ସମିତିରେ ଯେତେବେ ବିଦେଶ ମନ୍ତ୍ରୀଙ୍କ ପଚରାଗଲା କଣ ଆମେ ବିଦେଶରେ ଆମ ବନ୍ଧୁଙ୍କୁ ହରାଉଛି? ଏହାର ଉତ୍ତରରେ ଜୟଶଙ୍କର କହିଥିଲେ, ହୁଏତ ଆମକୁ ବାସ୍ତବତା ଜଣାପଡୁଛି, କିଏ ବାସ୍ତବରେ ଆମ ମିତ୍ର ଓ କିଏ ନୁହେଁ ତାହା ଜଣା ପଡୁଛି । ଜୟଶଙ୍କର କହିଛନ୍ତି, ଏପରି ସମୟ ଥିଲା, ଯେତେବେଳେ ଭାରତ ବହୁତ ରକ୍ଷାତ୍ମକ ଥିଲା, ଆମ କ୍ଷମତା କମ ଥିଲା, ବିପଦ ଅଧିକ ଥିଲା, ତେଣୁ ଦୁନିଆର ସମ୍ଭାବନା ରଣନୀତିକୁ ଆପଣେଇଥିଲୁ, କିନ୍ତୁ ସେଥିରୁ ଦୂରେଇ ରହିଥିଲୁ । ଏବେ ଆମେ ବିଶ୍ୱର ସବୁଠାରୁ ବଡ ଅର୍ଥବ୍ୟବସ୍ଥା । ଏବେ ଦୁନିଆର ସ୍ୱରୂପ ବଦଳି ଯାଇଛି ।

ସିଏଏକୁ ନେଇ ପଚରାଗଲା, ଭାରତ ସିଏଏକୁ ନେଇ ସ୍ଥିତି ସ୍ପଷ୍ଟ କରିପାରୁ ନାହିଁ ନା ଭୁଲ ବୁଝିଛୁ । ଏହା ଉପରେ ଜୟଶଙ୍କର କହିଥିଲେ, ମିଡିଆ ବାହାରେ ବି ଦୁନିଆର କିଛି ବର୍ଗ ଅଛନ୍ତି । ମୁଁ ବିଭିନ୍ନ ସରକାର ସହ କଥା ହୋଇଛି । ବ୍ରୁସେଲ୍ସରେ ମୁଁ ଏକ କୋଠରୀରେ ୨୭ ବିଦେଶ ମନ୍ତ୍ରଙ୍କ ସହ ଆଲୋଚନା କରରିଛି । ଆମେ ସିଏଏକୁ ନେଇ ଏହି ନିଷ୍କର୍ସରେ ପହଁଚିଛୁ କି, କାହାର ନାଗରିକତ୍ୱର ସର୍ତ୍ତ ସ୍ଥିର କରିବାକୁ କୌଣସି ସରକାର ବା ସଂସଦର ଅଧିକାର ନାହିଁ, ଏହା କ।।ହାରି ମାମଲା ନୁହେଁ । ଅ।।ମେ ଦେଶରେ ଶରଣାର୍ଥିଙ୍କ ସଂଖ୍ୟା କମ କରିବାକୁ ଚେଷ୍ଟା କରିଛୁ । ପ୍ରତ୍ୟେକ ନାଗରିକତାକୁ ଏକ ସନ୍ଦର୍ଭରେ ଦେଖୁଛନ୍ତି । ମତେ ଏପରି କୌଣସି ଦେଶ କୁହନ୍ତୁ ଯିଏ କହୁଛି ଦୁନିଆର ପ୍ରତ୍ୟେକ ବ୍ୟକ୍ତିକୁ ଏଠାରେ ସ୍ୱାଗତ କରୁଛୁ ।

Related posts

୨୦ରୁ ପ୍ରଶାନ୍ତ କିଶୋରଙ୍କ ‘ବାତ୍ ବିହାର କୀ’ କାର୍ଯ୍ୟକ୍ରମ

mahabharatanews

 ଆଜି ଆସିବ ଦ୍ୱିତୀୟ ବୋଇଂ ଏୟାରକ୍ରାଫ୍ଟ

mahabharatanews

ଅଯୋଧ୍ୟା ରାମ ମନ୍ଦିର ପୂଜକ, ପୁଲିସ କର୍ମୀ କରୋନା ସଂକ୍ରମିତ

mahabharatanews