ଶ୍ରୀନଗର: କୋରୋନାର ଆତଙ୍କ ମଧ୍ୟରେ ଜାମ୍ମୁର ଜିଲ୍ଲା ମାଜିଷ୍ଟ୍ରେଦ ସୁଷମା ଚୌହାନ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ପ୍ରାଇମେରୀ ସ୍କୁଲକୁ ବନ୍ଦ କରିବାକୁ ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି । କୋବିଡ-୧୯ ସଂକ୍ରମଣ ଜନିତ ରୋଗ ହୋଇଥିବାରୁ ନିରାପତା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି । ମୁଖ୍ୟତଃ ଶିଶୁମାନଙ୍କ ଶରୀର ସମ୍ବେଦନଶୀଳ ହୋଇଥିବାରୁ ଶିଶୁଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ସ୍କୁଲର ଗହଳିରୁ ଦୂରେଇ ରଖିବାକୁ ଏପରି କରାଯାଇଛି । ଏପରିକି ପରୀକ୍ଷା ମଧ୍ୟ କରାଯିବ ନାହିଁ । ଏହି ନିୟମର ଉଲ୍ଲଙ୍ଘନ କରାଗଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବେ।।ଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ଦୁଇ ଅଭିଭାବକ କୋରୋନା ସଂକ୍ରମଣିତ ଥିବା ପରୀକ୍ଷା ଚାଲିଛି । ଏହି ଘଟଣା ପରେ ରାଜ୍ୟ ସରକାର ଶନିବାର ଏପରି ପଦକ୍ଷେପ ନେଇଛି ।
ସୂଚନାଯୋଗ୍ୟ, ଚୀନର ବୁହାନରୁ ସୃଷ୍ଟି ହୋଇଥିବା ଏହି ସଂକ୍ରମଣରେ ୩୨ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସମଗ୍ର ବିଶ୍ୱରେ ୩୪୦୦ରୁ ଅଧିକ ମୃତ୍ୟୁ ହୋଇଛି । ଭାରତରେ ଅଦ୍ୟାବଧି ୩୧ ଜଣ କୋରୋନାରେ ଆକ୍ର।।ନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେରଳରେ ୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।