ଓଡିଶା

ବିଶ୍ୱ ମହିଳା ଦିବସରେ ବାଲୁକା କଳାରେ ଶିଳ୍ପୀ ମାନସ ସାହୁଙ୍କ ବାର୍ତ୍ତା

(ମହାଭାରତ, ପୁରୀ): ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ବିଶ୍ୱ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ସାରା ବିଶ୍ୱରେ ଏହି ଦିନ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଚଳିତ ଥର ଏହି ଦିବସକୁ ସ୍ୱାଗତ ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ । ପୁରୀ ବେଳାଭୂମୀରେ ବାଲୁକା କଳାରେ ଏକ ବିଶାଳ ସ୍ଥାପତ୍ୟ ନିର୍ମାଣ କରି ସେ ବିଶ୍ୱର ସମସ୍ତ ମହିଳାଙ୍କୁ ଏହି ଦିବସ ପାଳନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ବର୍ତ୍ତମାନ ପୁରୁଷଙ୍କ ପରି ମହିଳାମାନେ ମଧ୍ୟ ସବୁ କ୍ଷେତ୍ରରେ ଆଗଧାଡିରେ ରହି ସଫଳତା ହାସଲ କରୁଛନ୍ତି । ଏବଂ ଆଗକୁ ମଧ୍ୟ ଏହି ଧାରା ଜାରି ରହୁ ବୋଲି ନିଜ ବାଲୁକା କଳା ମାଧ୍ୟମରେ ସେ ଏହି ବାର୍ତ୍ତା ଦେଇଛନ୍ତି ।

Related posts

ଏକ ଲକ୍ଷ ୮୫ ହଜାର ୩୫୩ ଜଣ ହିତାଧିକାରୀଙ୍କୁ ୩୮ କୋଟି ୧୧ ଲକ୍ଷ ୧୬ ହଜାର ଟଙ୍କା ପ୍ରଦାନ

mahabharatanews

ବର୍ଷାରେ ଭିଜିଲା ସାରା ଓଡିଶା,୧୩ ଜିଲ୍ଲାକୁ  ୟେଲୋୱାର୍ଣ୍ଣିଂ ଜାରି

mahabharatanews

୨ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews