ଓଡିଶା

ଗୋରୁ ବୋଝେଇ ଟ୍ରକ ଜବତ

(ମହାଭାରତ, ସୋର): ରାଜ୍ୟରେ ଗୋରୁ ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପୋଲିସ ଚଢାଉ କରି ଏହାକୁ ରୋକିବା ପାଇଁ ପ୍ରୟାସ କରୁଥିବା ପ୍ରାୟ ଦେଖିବାକୁ ମିଳିଥାଏ । କିନ୍ତୁ ବାଲେଶ୍ୱର ଜିଲ୍ଲାରେ ପୋଲିସକୁ ଗାଁଲୋକେ ଚାଲାଣକୁ ଭଣ୍ଡୁର କରିବାରେ ସାହାଯ୍ୟ କରିଥିବା ଦେଖିବାକୁ ମିଳିଛି । ଜିଲ୍ଲାର କୋଚିଆ କୋଇଲି ପଞ୍ଚାୟତର କରଞ୍ଜେଇ ଗାଁର ଲୋକେ ଏକ ମିନିଟ୍ରକରେ ବୋଝେଇ ହୋଇ ଚାଲାଣ ହେଉଥିବା ୬୦ଟି ଗୋରୁଙ୍କୁ ଉଦ୍ଧାର କରିଛନ୍ତି । ସେଥିମଧ୍ୟରୁ ୪ଟି ଗୋରୁଙ୍କ ମୃତ୍ୟୁ ହୋଇଛି । ମିନିଟ୍ରକଟି ବାଲେଶ୍ୱର ଅଭିମୁଖେ ଯାଉଥିଲା । ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୩ଟା ବେଳେ ପୋଲିସ କୌଣସି ସୂତରୁ ଖବର ପାଇ ଏହି ଗୋରୁ ବୋଝେଇ ମିନି ଟ୍ରକ୍ର ପିଛା କରିଥିଲା । ଟ୍ରକ୍ଟି ଗାଁ ଭିତରକୁ ପଶି ଆସିଥିଲା । ପରେ ଗାଁ ଲୋକେ ସନ୍ଦେହ କରି ମିନି ଟ୍ରକ୍କୁ ଅଟକାଇଥିଲେ । ଏହି ସମୟରେ ଟ୍ରକ୍ ଡ୍ରାଇଭର ସେଠାରୁ ଫେରାର ହୋଇଥିଲା । ପରେ ଗାଁ ଲୋକେ ଟ୍ରକ ପଛ ଡାଲାରୁ ୬୦ଟି ଗୋରୁ ଉଦ୍ଧାର କରିଥିଲେ । ସେଥିମଧ୍ୟରୁ ୪ଟି ଗୋରୁଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମିନିଟ୍ରକ ଜବତ କରି ତଦନ୍ତ ଆରମ୍ଭ କରିଛି ।

Related posts

ମାଟ୍ରିକ ପରୀକ୍ଷା ଦେଲେ ସୋରଡା ବିଧାୟକ

mahabharatanews

ଆଜି କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା  

mahabharatanews

ଲାୟାନ୍ସ କ୍ଲବ୍ ଓ ସଂସ୍କାର ଗୋଶାଳା ପକ୍ଷରୁ ଧନୁଷ ଶୋଭାଯାତ୍ରାକୁ ବିପୁଳ ନାଗରିକ ସମ୍ବର୍ଦ୍ଧନା

mahabharatanews