ଓଡିଶା

ନିଜ ଅର୍ଥରେ ରାସ୍ତା ମରାମତି କରୁଛନ୍ତି ଜୋମାଟୋ ବୟ

ରାଉରକେଲା: ରାଉରକେଲା ଅଞ୍ଚଳରେ ରାସ୍ତାର ଦୁରାବସ୍ତା ପାଇଁ ଅନେକ ସମୟରେ ଜୋମାଟୋ ଡେଲିଭରୀରେ ବିଳମ୍ବ ହେଉଛି । ଏହାକୁ ଦୃଷ୍ଟିରେ ରଖି ଜୋମାଟୋର କିଛି ଡେଲିଭରୀ ବୟ ସେମାନଙ୍କ ହାତରୁ ପଇସା ଖର୍ଚ୍ଚ କରି ରାସ୍ତା ମରାମତି କରି ପ୍ରଶଂସିତ ହୋଇଛନ୍ତି । ରାଉରକେଲା ଅଞ୍ଚଳର ପ୍ରାୟ ୬୦-୭୦ ଚଣ ଡେଲିଭରୀ ବୟ ଏକାଠି ହୋଇ ରାଉରକେଲାର କିଛି ଅଞ୍ଚଳର ଖାଲଖମାପୂର୍ଣ୍ଣ ରାସ୍ତାକୁ ବାଲି ସିମେଣ୍ଟରେ ପୂରଣ କରୁଥିବା ଦେଖିବାକୁ ମଳିଛି । ନିଜ ରୋଜଗାରରୁ ଏକ ସିଂହଭାଗରେ ସେମାନେ ସିମେଣ୍ଟ, ବାଲି ଓ ଇଟା ଆଣି ରାସ୍ତା ମରାମତି କରୁଛନ୍ତି । ଆଗକୁ ମଧ୍ୟ ଏହି ମରାମତି କାମ ଜାରି ରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି, ଜୋମାଟୋରୁ ଖାଦ୍ୟ ମଗାଉଥିବା ଅନେକ ଗ୍ରାହକ ଖାଦ୍ୟ ସମୟରେ ମିଳୁନଥିବା ଅଭିଯୋଗ ଆଣୁଛନ୍ତି । ଏହାର କାରଣ ରାଉରକେଲାର ଖାଲଖମ। ପୂର୍ଣ୍ଣ ର।।ସ୍ତା । ଖରାପ ରାସ୍ତା ପାଇଁ ସେମାନେ ସମୟରେ ଖ।।ଦ୍ୟ ଯୋଗାଇ ପ।।ରୁ ନାହାନ୍ତି । ଯେଉଁଥିପାଇଁ ଅନେକ ସମୟରେ ବହୁ ଗ୍ରାହକ ସେମାନଙ୍କ ଖାଦ୍ୟ ସଂଗ୍ରହ କରିବାକୁ ମନା କରି ଦେଉଛନ୍ତି ଓ ସେମାନଙ୍କୁ ଦାୟୀ କରାଯାଉଛି । ତେଣୁ ସେମାନେ ରାସ୍ତା ମରାମତି ପାଇଁ ଅଣ୍ଟାଭିଡିଛନ୍ତି । ଜୋମାଟୋ ଡେଲିଭରୀ ବୟଙ୍କ ଏହି କାର୍ଯ୍ୟକୁ ଅଞ୍ଚଳବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି ।

Related posts

ଆଜି ଦିଲ୍ଲୀ ଯିବେ ଓଡିଶାର ୨୦ ବିଜେପି ସାଂସଦ

mahabharatanews

ଆଉ ୬ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ୭୦ ଛୁଇଁଲା ମୃତ୍ୟୁ ସଂଖ୍ୟା

mahabharatanews

ମାସ୍କ,ପିପିଇ କିଟ ଦୁର୍ନତୀ: ଜିଲ୍ଲାପାଳ ଅଫିସ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

mahabharatanews