ଓଡିଶା

ହୋଲି ପାଳନ ପାଇଁ ବାଲୁକା କଳାରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା

(ମହାଭାରତ, ପୁରୀ): ଆସନ୍ତାକାଲି ହୋଲି । ଏହି ଉତ୍ସବକୁ ସତର୍କତାର ସହ ପାଳନ କରିବା ପାଇଁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥି ସହିତ କୋରୋନା ଭାଇରସ ପ୍ରତି ସାବଧାନତା ଅବଲମ୍ବନ କରି ହୋଲି ଖେଳର ମଜା ନେବାକୁ ପୁରୀ ବେଳାଭୂମୀରେ ତାଙ୍କର ବିଶାଳ ବାଲୁକା କଳା ନିର୍ମାଣ କରି ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି । କୋରୋନା ଭାଇରସ ଏବେ ବିଶ୍ୱର ୯୪ଟି ଦେଶକୁ ବ୍ୟାପିଛି । ଭାରତରେ ଏଯାଏ ୪୩ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ବାଲୁକା ଶିଳ୍ପୀ ସୁଦର୍ଶନ ତାଙ୍କର ବିଶାଳ ବାଲୁକା କଳାକୁ ବିଭିନ୍ନ ରଙ୍ଗରେ ସଜାଇ ଏହା ମାଧ୍ୟମରେ ହୋଲି ପାଳନ ବେଳେ ସତର୍କତା ଅବଲମ୍ବନ କରିବାକୁ ବାର୍ତ୍ତା ଦେଇଛନ୍ତି ।

Related posts

ଭିଜିଲାନ୍ସ ଜାଲରେ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ

mahabharatanews

କର୍ଣ୍ଣାଟକ ଛୁଇଁଲା ମୌସୁମୀ: ୧୦ରେ ପହଞ୍ଚିବ ଓଡିଶା

mahabharatanews

କୁକୁଡାଖଣ୍ଡି ବ୍ଳକ୍ ଦକ୍ଷିଣାଞ୍ଚଳ ଆରଡିସିଙ୍କ ସଂଘରୋଧ କେନ୍ଦ୍ର ପରିଦର୍ଶନ

mahabharatanews