ଓଡିଶା

କୋଣାର୍କରେ କୋରୋନା ସଂକ୍ରମଣ ନେଇ ସଚେତନତା କାର୍ଯ୍ୟକ୍ରମ

(ମହାଭାରତ, କୋଣାର୍କ): ଭୟଙ୍କର କୋରୋନା ଭାଇରସରେ ଏବେ ଯାଏ ଦେଶରେ ୪୩ ଜଣ ଆକ୍ରାନ୍ତ ହେଲେଣି । ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ବୁଲି ଆସୁଥିବାରୁ ଏଠାରେ ଏହି ଭାଇରସର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋରୋନା ସଂକ୍ରମଣରୁ ସାଧାରଣ ଲୋକଙ୍କୁ ସୁରକ୍ଷିତ ରବା ପାଇଁ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ କହିଛନ୍ତି । ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ପୋଲିସ ବିଭାଗ ସହଯୋଗ କରିଛନ୍ତି । ହୋଲି ନିମନ୍ତେ ରାସ୍ତା କଡରେ ବିକ୍ରି ହେଉଥିବା ରାସାୟନିକ ରଙ୍ଗରେ ଉତ୍ସବକୁ ପାଳନ ନକରିବା ପାଇଁ ଲୋକଙ୍କୁ ସତର୍କ କରାଯାଇଛି । କୋରୋନା ସଂକ୍ରମିତ ଦେଶରୁ ଆସିଥିବା ପର୍ଯ୍ୟଟକଙ୍କ ସଂସ୍ପର୍ଶରେ କେହି ଆସି ଯଦି ଜ୍ୱର, କାଶ ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥାନ୍ତି ତେବେ ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଇଛି । ଉଲ୍ଲେଖଯୋଗ୍ୟ, କୋଣାର୍କ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅଭାବ ଯୋଗୁ କୋରୋନା ସଂକ୍ରମଣ ଠାରୁ ଦୁରେଇ ରହିବା ପାଇଁ କୌଣସି ସଚେତନତା ସୃଷ୍ଟି ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇନାହିଁ ।

Related posts

ଚଳନ୍ତା ଟ୍ରକରେ ନିଆଁ

mahabharatanews

୪୫ ଦିନ ମଧ୍ୟରେ କରୋନା ପ୍ରଭାବ କମିବ: ଡା. ସିବିକେ ମହାନ୍ତି

mahabharatanews

୧୫ ସୁଦ୍ଧା ଶ୍ରୀମନ୍ଦିର କାମ ସାରିବାକୁ ନିର୍ଦେଶ ଦେଲେ ଭି କେ ପାଣ୍ଡିଆନ୍ 

mahabharatanews

Leave a Comment