ଓଡିଶା

ପାଟଣା ବଜାରରେ ମହାସମାରୋହରେ ହୋଲି ପାଳିତ

ପାଟଣାଗଡ: ଦେଶବ୍ୟାପୀ ହୋଲି ପର୍ବ ପାଳନ ହୋଇଥିବା ବେଳେ ପାଟଣାବାସୀ ତଥା ମାର୍କେଟରେ ହୋଲି ପର୍ବ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ପରି ସମାଜସେବୀ ବିଦ୍ୟ।ଧର ଦାଶ, ମ।ର୍କେଟ କମିଟି ସହଯୋଗରେ ହୋଲି ପାଳିତ ହୋଇଛି । ହୋଲି ପାଳନ ଅବସରରେ ବାଜା ବଜାଇ, ବାଣ ଫୁଟାଇ ଏହି ପର୍ବ ଭାଇଚାରାର ପର୍ବ ଭାବେ ପାଳନ କରାଯାଇଛି । ବିଶ୍ୱବ୍ୟାପୀ କୋରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ପାଟଣାବାସୀ ପ୍ରାକୃତିକ ସାତ ରଙ୍ଗରେ ହୋଲି ପାଳନ କରିଛନ୍ତି । ପରସ୍ପଯରକୁ ଅବିର ବୋଳି ପୂର୍ବ ମତାନ୍ତରକୁ ଭୁଲି ଶୁଭେଚ୍ଛା ଜଣାଇବା ସହ ମିଠା ଖୁଆଇଥିବା ଦେଖିବାକୁ ମଳିଛି । ସାମଜସେବୀ ବିଦ୍ୟାଧର ଦାଶ, ପର୍ଶୁରାମ ପଣ୍ଡା, ଅଭୟ କୁମାର ବେହେରା, ସହଦେବ ବେହେରା ପ୍ରମୁଖ ଅଞ୍ଚଳର ମାଣ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି ପର୍ବରେ ସାମିଲ ହୋଇ ସମସ୍ତଙ୍କ ସହ ହୋଲି ଖେଳିବା ସହ ମିଷ୍ଟାନ ବଣ୍ଟନ କରି ଶୁଭେଚ୍ଛା ଜଣାଇଛନ୍ତି ।

Related posts

ଆସନ୍ତାକାଲି ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଘୂର୍ଣ୍ଣିବଳୟ

mahabharatanews

ଯୁବ ଚାଷୀ ପ୍ରିୟନାଥ ପଣ୍ଡାଙ୍କୁ ଭଦ୍ରକ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା

mahabharatanews

କନେଷ୍ଟବଳଙ୍କୁ ତୀର ମାରି ହତ୍ୟା କଲେ ମାଓବାଦୀ

mahabharatanews