ଅପରାଧ

କାଠୁଆରେ ପୁଣି ଦୁଷ୍ମର୍ମ

ଶ୍ରୀନଗର: ଜାମ୍ମୁ କାଶ୍ମୀରର କାଠୁଆ ଜିଲ୍ଲାରେ ପୁଣି ଏକ ଲୋମ ହର୍ଷଣକାରୀ ଦୁଷ୍କର୍ମ ମାମଲା ସାମ୍ନ।।କୁ ଆସିଛି । କଠୁଆର ଏସଏସପି ଡା ଶୈଳେନ୍ଦ୍ର ମିଶ୍ରା ବୁଧବାରକୁ ଏହି ସୂଚନା ଦେଇଛନ୍ତି । ମଙ୍ଗଳବାର ହୋଲି ଖେଳରେ ସମସ୍ତେ ମସଗୁଲ ଥିଲେ । ଏହି ଅବସରରେ ମଦ ନିଶାରେ ଜଣେ ବ୍ୟକ୍ତି ଏକ ତିନି ବର୍ଷର ଶିଶୁ କନ୍ୟାର ଦୁଷ୍କର୍ମ କରିଛି । ଏସଏସପି କହିଛନ୍ତି, ଏହି ଘଟଣା ପରେ ପୀଡିତାର ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଛି । ସେ ତାର ଅପରାଧ ସ୍ୱୀକାର କରିଛି । ଅପରପକ୍ଷରେ ପୀଡିତାକୁ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି ।

Related posts

କୋଟିପତି ଅଧୀକ୍ଷଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ଭିଜିଲାନ୍ସ ଇତିହାସରେ ରେକର୍ଡ଼ ସଂଖ୍ୟକ କ୍ୟାସ ଜବତ

mahabharatanews

ସ୍ପେଶାଲ ସ୍କ୍ୱାର୍ଡ ଜାଲରେ ଆନ୍ତରାଜ୍ୟ ଗାଡି ଲୁଟେରା ଗ୍ୟାଙ୍ଗ

mahabharatanews

ଦୁଇ ଦିନରେ ଦୁଇଟି ପେଟ୍ରୋଲ ପମ୍ପ ଲୁଟ

mahabharatanews