Uncategorized

ଆମେରିକା ରାଷ୍ଟ୍ରପତି ନିର୍ବାଚନ

ୱାସିଂଟନ: ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦଳଗୁଡିକର ପ୍ରାଥମିକ ନିର୍ବାଚନ ଚାଲିଛି । ଡୋନାଲ୍ଡ ଟ୍ରମ୍ପଙ୍କୁ ଟକ୍କର ଦେବାକୁ ଡେମୋକ୍ରାଟ୍ସରେ ରାଷ୍ଟ୍ରପତି ପଦପାଇଁ ଆଶାୟୀ ଦୌଡ ବେଶ କୌତୁହଳପୂର୍ଣ୍ଣ ରହିଚଇ । ଡେମୋକ୍ରେଟ୍ସର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ପୂର୍ବତନ ଉପରାଷ୍ଟ୍ରପତି ଜୋ ବେଡେନଙ୍କୁ ବଡ ସଫଳତା ମିଳିଛି । ମଙ୍ଗଳବାରକୁ ମିଚିଗେନ ସମେତ ମୋଟ ୪ ରାଜ୍ୟରେ ହେ।।ଇଥିବା ପ୍ରାରମ୍ଭିକ ନିର୍ବାଚନରେ ଜୋ ବିଡେନଙ୍କୁ ବିଜୟ ହାସଲ ହୋଇଛି । ଏଥିସହ ଦଳରେ ବର୍ନି ସେଣ୍ଡର୍ସଙ୍କ ବିପକ୍ଷରେ ମଧ୍ୟ ବିଡେନଙ୍କ ସ୍ଥିତି ମଜବୁତ ରହିଛି । କାରଣ, ଜୋଙ୍କୁ ବିଜୟ ମିଳିଥିବା ରାଜ୍ୟଗୁଡିକରେ ଡେଲିଗେଟ୍ସଙ୍କ ସଂଖ୍ୟା ଅଧିକ ରହିଛି । ମଙ୍ଗଳବାର ମଧ୍ୟ ଜୋଙ୍କୁ ସଫଳତା ମିଳିଥିଲା । ଡେମୋକ୍ରାଟ୍ସର ପ୍ରାରମ୍ଭିକ ନିର୍ବାଚାନରେ ଏପର୍ଯ୍ୟନ୍ତ ବିଡେନଙ୍କ ସମର୍ଥନରେ ମୋଟ ୮୨୩ ହେଲିଗେଟ୍ସ ଅଛନ୍ତି ଓ ବର୍ନି ସେଣ୍ଡର୍ସଙ୍କ ସହ ୬୬୩ ଅଛନ୍ତି । ଡେମୋକ୍ରେଟ ଦଳର ରାଷ୍ଟ୍ରପତି ପଦର ଆଶାୟୀ ହେବାକୁ ୧୯୯୧ ଡେଲିଗେଟ୍ସଙ୍କ ସମର୍ଥନ ଜରୁରି ହୋଇଥାଏ । ଜୁଲାଇରେ ଡେମେ।।କେଟ୍ସ ତରଫରୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରାଯିବା ।

Related posts

ଦେଶରେ ୨୪ ଘଣ୍ଟାରେ ୯,୩୦୪ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଭାରତ ମେଡ ଇନ ଇଣ୍ଡିଆ ମାଧ୍ୟରେ କୋଭିଡ-୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସକ୍ଷମ: ମୋଦି

mahabharatanews

ଦେଶରେ ୨୪ ଘଣ୍ଟାରେ ୪୨୧୩ ସଂକ୍ରମିତ, ୯୭ ମୃତ

mahabharatanews