Uncategorized

କୋରୋନା: ଇରାନକୁ ଆମେରିକାର ଧମକ

ୱାସିଂଟନ: କୋରୋନା ଭୂତାଣୁ ସଂକ୍ରମଣ ପାଇଁ ଆମେରିକାରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟିହୋଇଛି । ପୂରା ଦେଶରେ ଏପର୍ଯ୍ୟନ୍ତ ୧୦୦୦ରୁ ଅଧିକ କେ।।ରୋନା ମାମଲା ସାମ୍ନାକୁ ଆସିଛି ଓ ୩୮ ଜଣଙ୍କ ମୃତ୍ୟୁ ହେଲାଣି । ଏହା ମଧ୍ୟରେ ଆମେରିକା ବିଦେଶମନ୍ତ୍ରୀ ମାଇକ ପୋମ୍ପିୟୋ ଇରାନକୁ ଧମକ ଦେଇଛନ୍ତି । ଇରାନ ଜେଲରେ ବନ୍ଦୀଥିବା ଆମେରିକୀୟ ନାଗରିକଙ୍କ ଯଦି କୋରୋନାରେ ମୃତ୍ୟୁ ହୁଏ ତେବେ ସ୍ଥିତି ଗମ୍ଭୀରହେବ ବୋଲି ମାଇକ କହିଛନ୍ତି । ଗତ କିଛି ମାସ ଧରି ଆମେରିକା ଓ ଇରାନ ସମ୍ପର୍କରେ ତିକ୍ତତା ଆସିଛଇ । ଏହା ମଧ୍ୟରେ କୋରୋନା ଭୂତାଣୁ ସଂକ୍ରମଣ ସତର୍କତାକୁ ଆହୁରି ବଢାଇ ଦେଇଛି । ସାରା ବିଶ୍ୱରେ ଚୀନ ଓ ଇଲାଟୀ ପରେ ସବୁଠାରୁ ଅଧିକ କୋରୋନା ମୃତ୍ୟୁ ଇରାନରେ ହୋଇଛି । ଏହାକୁ ନେଇ ଆମେରିକା ଚିନ୍ତାରେ । ତେଣୁ ମାଇକ ଏକ ବୟାନରେ କହିଛନ୍ତି, ଇରାନରେ ଯେଉଁ ନିର୍ଦ୍ଦୋଷ ଆମେରିକୀୟ ଜେଲରେ ବନ୍ଦୀ ଅଛନ୍ତି, ସେମାନଙ୍କୁ ତୁରନ୍ତ ଛାଡିବା ଆବଶ୍ୟକ । କାରଣ, କାରଣ ଇରାନରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯଦି କୌଣସି ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୁଏ ତେବେ ସେଥିପାଇଁ ଇରାନ ଦାୟୀ ରହିବ ।

ସେ ଆହୁରି କହିଛନ୍ତି, ଯଦି ଆମେରିକା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଏହା ବଦଳରେ କାର୍ଯ୍ୟାନୁଷ୍ଠାନ ହେବ । ସୂଚନାଯୋଗ, ଇରାନ ଜେଲରେ କୋରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ତେଣୁ ଜେଲରେ ଥିବା ବନ୍ଦୀଙ୍କ ମଧ୍ୟରେ ଥିବା ୭୦ ହଜାର କୋରୋନା ନେଗେଟିଭ ବନ୍ଦୀଙ୍କୁ ଛାଡି ଦେବ । ଏହା ପରେ ଆମେରିକା କହିଛି, ଯଦି ଇରାନ କୋରୋନା ଲଢେଇରେ ଆମେରିକାଠାରୁ ସାହାଯ୍ୟ ମାଗିବ, ସେଥିଲାଗି ଆମେରିକା ପ୍ରସ୍ତୁତ ।

Related posts

ଆଜି ପବିତ୍ର ଇଦ୍: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

mahabharatanews

ମେ ୩୧ ପର୍ଯ୍ୟନ୍ତ ଚେନ୍ନାଇକୁ ବିମାନ ଚଳାଚଳ ବନ୍ଦ ରଖିବାକୁ ତାମିଲନାଡୁ ସରକାରର ଅନୁରୋଧ

mahabharatanews

କୋରୋନା ଭାଇରସରୁ ରକ୍ଷା ପାଇବା ପାଇ ନିୟମିତ ଖାଆନ୍ତୁ ଏହି ୪ଟି ସୁପର ଫୁଡ

mahabharatanews