Uncategorized

କ୍ୟାନସରରୁ ରକ୍ଷା କରିଥାଏ କଞ୍ଚାଲଙ୍କା

(ମହାଭାରତ): କଞ୍ଚାଲଙ୍କା ବିନା ଖାଇବା ଅଧୁରା ରହିଥାଏ । ଘରେ ଯେତେ ପ୍ରକାର ବ୍ୟଞ୍ଜନ ରୋଷେଇ ହୋଇଥିଲେ ମଧ୍ୟ କଞ୍ଚାଲଙ୍କା ବିନା ଖାଇବାର ସ୍ୱାଦ ନଥାଏ । ଅଧିକାଂଶ ଘରେ ଶୁଖିଲା ଲଙ୍କା ପେଟ ପରିବର୍ତ୍ତେ କଞ୍ଚାଲଙ୍କାକୁ ବାଟି ତରକାରୀ କରିବାକୁ ପସନ୍ଦ କରିଥାନ୍ତି । ଏହାର କାରଣ ଶୁଖିଲା ଲଙ୍କା ପେଟ ପାଇଁ ଖରାପ । କିନ୍ତୁ କଞ୍ଚା ଲଙ୍କାରେ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ଏଥିରେ ଭିଟାମିନ୍ ଏ, ବି,୬,ଆଇରନ୍, ପୋଟାସିୟମ୍ ପରି ପୋଷକତତ୍ତ୍ୱ ରହିଛି, ଯାହା ହୃଦଘାତ ଓ ପେଟଜନିତ ସମସ୍ୟାକୁ ଦୂର କରିଥାଏ । ତେବେ ଏଥିପାଇଁ ଏହାକୁ ସେମିତି କଞ୍ଚା ଖାଇଲେ ଭଲ । ତା’ହେଲେ ଆସନ୍ତୁ ଜାଣିବା କଞ୍ଚାଲଙ୍କା ଖାଇଲେ କେଉଁସବୁ ସ୍ୱାସ୍ଥ୍ୟ ଲାଭ ମିଳିଥାଏ ।

୧- କଞ୍ଚାଳଙ୍କାରେ ଆଣ୍ଟି-ଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଛି । ତେଣୁ ପ୍ରତିଦିନ କଞ୍ଚାଲଙ୍କା ଖାଇଲେ ପ୍ରୋଷ୍ଟେଟ ବା ମୂତ୍ରାଶୟ ଜନିତ ସମସ୍ୟା ହୋଇନଥାଏ ।
୨- ଏଥିରେ ଥିବା ଭିଟାମିନ ସି ଓ ବିଟା- କେରାଟିନ୍ ତତ୍ତ୍ୱ ଆଖି, ତ୍ୱଚା ଓ ଇମ୍ୟୁନୋ ସିଷ୍ଟମକୁ ଠିକ୍ ରଖିଥାଏ ।

୩- କଞ୍ଚାଲଙ୍କା ରକ୍ତରେ ସୁଗାରର ସ୍ତରକୁ ନିୟନ୍ତ୍ରଣ କରିଥାଏ । ସେଥିପାଇଁ ଡାଇବେଟିସ ରୋଗୀ ପ୍ରତ୍ୟେକ ଦିନ କଞ୍ଚାଲଙ୍କା ଖାଇଲେ ଭଲ ।
୪- ଆହୁରି ମଧ୍ୟ କଞ୍ଚାଲଙ୍କାରେ ଫାଇବରର ମାତ୍ରା ଅଧିକ ରହିଥିବାରୁ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।
୫- ଯଦି ଆପଣ ସବୁଦିନ କଞ୍ଚାଲଙ୍କା ଖାଉଛନ୍ତି,ତେବେ ଏଥିରେ ଥିବା ପ୍ରାକୃତିକ ତତ୍ତ୍ୱ ଓ ଆଣ୍ଟି-ଅକ୍ସିଡାଣ୍ଟ ମୁହଁ,ଗଳା,ଫୁସଫଚସ ଓ କୋଲୋନ୍ କ୍ୟାନସରରୁ ରକ୍ଷା କରିଥାଏ ।
୬- ରାତିରେ ଶୋଇବା ପୂର୍ବରୁ ୩ରୁ୪ ଟି କଞ୍ଚାଲଙ୍କାକୁ ଧୋଇ ମଝିରୁ କାଟି ଦିଅନ୍ତୁ । ଗୋଟିଏ ଗ୍ଲାସ ପାଣିରେ ଏହି କଟା କଞ୍ଚାଲଙ୍କା ଗୁଡିକୁ ପକାଇ ରଖନ୍ତୁ । ସକାଳେ ଉଠି ଖାଲି ପେଟରେ କେବଳ ଉକ୍ତ ପାଣି ପିଅନ୍ତୁ । ଏପରି କରିବା ଦ୍ୱାରା ପେଟଜନିତ ସମସ୍ୟା ଦୂର ହେବ ।

Related posts

କରୋନା: ୩ ଦିନ ବ୍ୟାପୀ ଆମେରିକା ପାଳିବ ରାଷ୍ଟ୍ରୀୟ ଶୋକ

mahabharatanews

ମାଟି ତଳେ ପୋତିଥିଲେ ପୁଳା ପୁଳା ଟଙ୍କା ଓ ସୁନା ; ମୃତ୍ୟୁ ପରେ ଜାଣିଲେ ସମ୍ପର୍କୀୟ

mahabharatanews

ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଇଛି: ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

mahabharatanews