Uncategorized

ଆରଏସଏସର ବାର୍ଷିକ ଅଧିବେଶନ ବାତିଲ

(ନୂଆଦିଲ୍ଲୀ): ଦେଶରେ କୋରୋନା ଭାଇରସ ସଂକ୍ରମଣରେ ୮୩ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଭୁତାଣୁର ସଂକ୍ରମଣ ଭୟରେ ବିଭିନ୍ନ କାର୍ଯ୍ୟକ୍ରମ ବାତିଲ କରାଯାଉଛି । ଏଣୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ତା’ର ବାର୍ଷିକ ଅଧିବେଶନକୁ ବାତିଲ କରିଛି । ସଂଘର ତରଫରୁ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ‘ଅଖୀଳ ଭାରତୀୟ ପ୍ରତିନିଧି ସଭା’ ଏବେ ବାତିଲ ହୋଇଛି । ଏନେଇ ସଂଘ ଶନିବାର ଘୋଷଣା କରିଛି । କରୋନା ସଂକ୍ରମଣ ଆଶଙ୍କା ଥିବାରୁ ସରକାର ସଭାସମିତିରେ ହେଉଥିବା ଜନସମାଗମ ଉପରେ କଟକଣା ଲାଗୁ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶାବଳୀ ଆଧାରରେ ଏହି ଅଧିବେଶନ ବାତିଲ କରାଯାଇଥିବା ଜଣାପଡିଛି । ମାର୍ଚ୍ଚ ୧୫ରୁ ୧୭ ତାରିଖ ଯାଏଁ ବେଙ୍ଗାଲୁରୁରେ ବସିଥିବା ଥିବା ଏହି ସଭାକୁ ବାତିଲ କରାଯାଇଥିବା ‘ଆରଏସଏସ’ର ସାଧାରଣ ସଚିବ ସୁରେଶ ଭୈୟାଜି ଯୋଶୀ ଏକ ବିବୃତ୍ତିରେ କହିଛନ୍ତି । ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଏହି ଅଖିଳ ଭାରତୀୟ ପ୍ରତିନିଧି ସଭାରେ ଆରଏସଏସ ସମେତ ଏହାର ଅନୁବନ୍ଧିତ ସମସ୍ତ ସଂଗଠନର ମୁଖ୍ୟମାନେ ଏଥିରେ ଅଂଶଗ୍ରହଣ କରିଥାନ୍ତି । ତେବେ ଚଳିତବର୍ଷ ଦେଶର ୧୧ଟି ଜୋନରୁ ପ୍ରାୟ ୧୫୦୦ ପ୍ରତିନିଧି, ରାଜ୍ୟସ୍ତରୀୟ ନିର୍ବାହୀ ଓ ୩୫ଟି ସଙ୍ଗଠନର ଜାତୀୟସ୍ତରୀୟ ପ୍ରତିନିଧି ଏବଂ କିଛି ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଏଥିରେ ଯୋଗ ଦେଇଥାନ୍ତେ । ତେବେ କୋରୋନା ସଂକ୍ରମଣକୁ ନେଇ ସଭା ସମିତି ଆୟୋଜନ ଉପରେ ସରକାର କଟକଣା ଲାଗୁ କରିଥିବାରୁ ସଂଘର ଏହି ବାର୍ଷିକ ଅଧିବେଶନ ଶେଷରେ ବାତିଲ ହୋଇଛି ।

Related posts

ଉଚ୍ଚ ରକ୍ତଚାପକୁ ରୋକିବା ସହ ଅନେକ ରୋଗକୁ ଦୂରରେ ରଖିଥାଏ ଗଜାମୁଗ

mahabharatanews

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି ; NEET-UGର ପୁନଃପରୀକ୍ଷା ହେବନି

mahabharatanews

ଶ୍ରୀଲଙ୍କାରେ ଲାଗିଲ କର୍ଫ୍ୟୁ

mahabharatanews