Uncategorized

ନାଗପୁର ହସ୍ପିଟାଲରୁ ୫ କୋରୋନା ସନ୍ଦିଗ୍ଧ ଫେରାର, ସହରରେ ହାଇ ଆଲର୍ଟ

(ନାଗପୁର): କୋରୋନା ଭାଇରସ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏପରିକି ହସ୍ପିଟାଲରେ ଏକୁଟିଆ ସଂକ୍ରମିତ ରୋଗୀ ନିଜର ଚିକିତ୍ସା କରାଉ ନ ଥିବା ବେଳେ ସନ୍ଦିଗ୍ଧ ମଧ୍ୟ ଯାଞ୍ଚ କରିବା ପାଇଁ ଡରୁଛନ୍ତି । ମହାରାଷ୍ଟ୍ରର ନାଗପୁରରରେ ଏଭଳି ଘଟଣା ସାମ୍ନାକୁ ଆସିଛି । ନାଗପୁରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୋରୋନା ଭାଇରସରେ ୫ ଜଣ ସନ୍ଦିଗ୍ଧ ଶୁକ୍ରବାର ବିଳମ୍ବିତ ରାତିରେ ଫେରାର ହୋଇଯାଇଥିବା ଜଣାପଡିଛି । ଏହାପରେ ନାଗପୁରରେ ହାଇ ଆଲର୍ଟ ଘୋଷଣା କରାଯାଇଛି । ପୋଲିସ ଫେରାର ହୋଇଥିବା କୋରୋନା ସନ୍ଦିଗ୍ଧମାନଙ୍କୁ ଖୋଜୁଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ବେଳେ କଣେ କୋରୋନା ନେଗେଟିଭ୍ ଜଣାପଡିଥିଲା । ଅନ୍ୟ ୪ ଜଣଙ୍କ ରିପୋର୍ଟ ଏଯାଏ ଆସିନାହିଁ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ନାଗପୁରର ଇନ୍ଦିରାଗାନ୍ଧୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଉକ୍ତ କୋରୋନା ସନ୍ଦିଗ୍ଧମାନଙ୍କୁ ଆଇସୋଲେସନ ୱାର୍ଡରେ ଅଲଗା ରଖାଯାଇଥିଲା । କିନ୍ତୁ ଭୟଭୀତ ହୋଇ ସେମାନେ ଶୁକ୍ରବାର ରାତିରେ ସେଠାରୁ ଫେରାର ହୋଇଛନ୍ତି । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିବା ସହ ସହରରେ ବ୍ୟାପକ ପୋଲିସ ମୁତୟନ କରି ସେମାନଙ୍କ ଠିକଣା ଖୋଜୁଛି । ତେବେ ଫେରାର ଥିବା ସନ୍ଦିଗ୍ଧମାନଙ୍କୁପତ୍ତା ମିଳିଛି । ସେମାନଙ୍କୁ ତୁରନ୍ତ ଧରି ଯାଞ୍ଚ ପାଇଁ ମେଡିକାଲ ଅଣାଯିବ ବୋଲି ନାଗପୁର ପୋଲିସ କହିଛି । ଏହାକୁ ମିଶାଇ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ, କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ସିନେମା ହଲ, ଜିମ୍, ସୁଇମିଂ ପୁଲ ଆଦିକୁ ଆଗାମୀ ୩୦ ତାରିଖ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Related posts

ହୋଟେଲ ଅଗ୍ନିକାଣ୍ଡକୁ ନେଇ ଏଫଆଇଆର ରୁଜୁ

mahabharatanews

ରାଜଧାନୀର ସମସ୍ତ ସ୍ମାରକୀ ଆସନ୍ତା ୩୧ ପର୍ଯ୍ୟନ୍ତ ବନ୍ଦ

mahabharatanews

କୋରୋନା: ଇରାନକୁ ଆମେରିକାର ଧମକ

mahabharatanews

Leave a Comment