ଓଡିଶା

ସର୍ଚ୍ଚ ଅପରେସନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

(ମହାଭାରତ, ରାୟଗଡା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି, ଟିଡିମୁସ୍କା ଅଞ୍ଚଳ ନିକଟସ୍ଥ ଜଙ୍ଗଲରେ ସିଆରପିଏଫ ପକ୍ଷରୁ ସର୍ଚ୍ଚ ଅପରେସନ ହୋଇଥିଲା । ମାଓବାଦୀମାନେ ଏହି ଅଞ୍ଚଳରେ ଲୁଚିଥିବା ଜାଣିବା ପରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ନିୟମଗିଡି ଓ ଟିଡିମୁସ୍କା ଜଙ୍ଗଲରେ ଥିବା ନକ୍ସଲ କ୍ୟାମ୍ପ ଉପରେ ଚଢାଉ ହୋଇଥିଲା । ତେବେ ମାଓବାଦୀମାନେ ଚଢାଉ ସମ୍ପର୍କିତ ଖବର ପାଇ ପୂର୍ବରୁ ସ୍ଥାନ ଛାଡି ଚାଲିଯାଇଥିଲେ । କିନ୍ତୁ ମାଓ ଆଡ୍ଡାରେ ଚଢାଉ କରିବା ପରେ ସେଠାରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସିଆରପିଏଫ ଜବତ କରିଛି । ଏଥିରେ ୪ଟି ବନ୍ଧୁକ, ୨ଟି ଟିଫୀନ ବୋମା, ୪୦ଟି ଝିଲିଟିନ, ୩୦ଟି ଡିଟୋନେଟର, ବିଦ୍ୟୁୁତ ତାର, ବ୍ୟାଟେରୀ, ସୁଇଚ୍ ଓ ପଲିଥିନ ଆଦି ୨୫ ପ୍ରକାର ସାମଗ୍ରୀ ସାମିଲ ଥିବା ସିଆରପିଏଫ ୪ର୍ଥ ବାଟାଲିଅନର କମାଣ୍ଡାଣ୍ଟ ନୀତୁ ରାୟ ଓ ଅତିରିକ୍ତ କମାଣ୍ଡାଣ୍ଟ ଗୁରୁ ପ୍ରସାଦ ସ୍ୱାଇଁ ସୂଚନା ଦେଇଛନ୍ତି ।

Related posts

ଏଣିକି ମାତ୍ର ୨୦ ହଜାର ଟଙ୍କା ରେଜିଷ୍ଟ୍ରେସନ୍ ଫି’ରେ ସୋସାଇଟି ହାତକୁ ଆସିବ ଜମି ମାଲିକାନା

mahabharatanews

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କା ବ୍ୟୟବରାଦ

mahabharatanews

ରାଜ୍ୟରେ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ମତଦାନ

mahabharatanews