ଦେଶ ବିଦେଶଭାରତ

ବିମାନ ପ୍ରବେଶ ମନା ପରେ ଫେରିଗଲେ ଇରାନୀ ପ୍ରବାସୀ

ଆମେରିକାରୁ ଇରାନୀ ପ୍ରବାସୀଙ୍କୁ ଦେଶାନ୍ତର କରିବା ଉଦ୍ୟମକୁ ବଡ଼ ଝଟକା ଲାଗିଛି। ଇରାନୀ ନାଗରିକଙ୍କୁ ନେଇ ଆରିଜୋନାରୁ ଉଡ଼ାଣ ଭରିଥିବା ଏକ ଆମେରିକୀୟ ନିର୍ବାସନ ବିମାନକୁ ପାକିସ୍ତାନରେ ପ୍ରବେଶ ଅନୁମତି ମିଳିନାହିଁ। ଫଳରେ ବିମାନଟି ମଝି ଆକାଶରୁ ଫେରି ଆମେରିକାରେ ପହଞ୍ଚିଥିବା ଜଣାପଡ଼ିଛି।

ଯୋଜନା ଅନୁଯାୟୀ, ଆମେରିକାରେ ରହୁଥିବା ଇରାନୀ ପ୍ରବାସୀଙ୍କୁ ପ୍ରଥମେ ପାକିସ୍ତାନ ଏବଂ ପରେ ଇରାନ ପଠାଯିବାର ଥିଲା। କିନ୍ତୁ ପାକିସ୍ତାନ ହଠାତ୍ ପ୍ରବେଶ ଅନୁମତି ଦେବାକୁ ମନା କରିଦେବାରୁ ଆମେରିକାର ଏହି ଯୋଜନା ବିଫଳ ହୋଇଛି।

ରିପୋର୍ଟ ଅନୁସାରେ, ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏହି ନିର୍ବାସନ ଅଭିଯାନ ବାତିଲ ହେବା ନେଇ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଏହା ସହ ଗତ କିଛି ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଆରିଜୋନାରୁ ଇରାନୀ ନାଗରିକଙ୍କୁ ନେଇ ହେବାକୁ ଥିବା ନିର୍ବାସନ ଯୋଜନା ବାତିଲ ହୋଇଛି।

*ନ୍ୟୁୟର୍କ ଟାଇମ୍ସ*ର ରିପୋର୍ଟ ଅନୁଯାୟୀ, ଇରାନ ଓ ଆଫଗାନିସ୍ତାନ ସହ ଆମେରିକାର କୂଟନୈତିକ ସମ୍ପର୍କ ନଥିବାରୁ ଏହି ଦେଶର ପ୍ରବାସୀଙ୍କୁ ପାକିସ୍ତାନ ଦେଇ ନିଜ ଦେଶକୁ ପଠାଇବା ପାଇଁ ଟ୍ରମ୍ପ ପ୍ରଶାସନ ବ୍ୟବସ୍ଥା କରୁଛି। ତେବେ ପାକିସ୍ତାନର ଏହି ନିଷ୍ପତ୍ତି ଆମେରିକାର ନିର୍ବାସନ ପ୍ରକ୍ରିୟାକୁ ଜଟିଳ କରିଦେଇଛି।

Related posts

ହମିଦିୟା ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୪ ଶିଶୁଙ୍କ ମୃତ୍ୟୁ

mahabharatanews

ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟକୁ ବ୍ୟାନ

mahabharatanews

କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ 

mahabharatanews