ଅପରାଧ

ପାଣି ପମ୍ପ ଚୋର ଗିରଫ

(ମହାଭାରତ, ଝାରସୁୁଗୁଡା): ଝାରସୁଗୁଡା ଜିଲ୍ଲା ଗାନ୍ଧୀ ଚୌକ ଥାନା ଅନ୍ତର୍ଗତ ରାଜପୁର ଗାଁରେ ପାଣି ପମ୍ପ ଚୋରି ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ସ୍ଥାନୀୟ ତୁରୀପଡା ଅଞ୍ଚଳ ବାସିନ୍ଦା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, କିଛି ମାସ ତଳେ ତୁରୀପଡା ଓ ରାଜପୁର ହାଇସ୍କୁଲରୁ ୩ଟି ପାଣି ପମ୍ପ ଚୋରି ହୋଇଥିଲା । ଯାହାକୁ ନେଇ ସ୍କୁଲ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଏହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପମ୍ପ ଚୋରି କରିଥିବା ଅଭିଯୁକ୍ତ ଦ୍ୱୟଙ୍କୁ ବୁଧବାର ପୋଲିସ ଗିରଫ କରିଥିଲା । ପରେ ସେମାନଙ୍କ ଠାରୁ ଚୋରି ହୋଇଥିବା ପାଣି ପମ୍ପକୁ ଜବତ କରାଯାଇଛି । ଗିରଫ ଆସାମୀ ଦ୍ୱୟଙ୍କୁ କୋର୍ଟଚାଲାଣ କରାଯାଇଛି ।

Related posts

ପାରିବାରିକ କହଳରୁ ବିଟେକ ଛାତ୍ରୀଙ୍କ ଆତ୍ମହତ୍ୟା

mahabharatanews

ନିର୍ଭୟା କାଣ୍ଡର ପୁନରାବୃତ୍ତି: ଗଣଦୁଷ୍କର୍ମ ପରେ ସମାନ ଢଙ୍ଗରେ ମହିଳାଙ୍କୁ ହତ୍ୟା

mahabharatanews

ଉନ୍ନାଓ ଘଟଣାକୁ ବିରୋଧ କରି ଝିଅକୁ ଜାଳିବାକୁ ମହିଳାଙ୍କ ଉଦ୍ୟମ

mahabharatanews