ଅପରାଧ

୨୨ କେଜି ଗଞ୍ଜେଇ ଜବତ, ୨ ଗିରଫ

(ମହାଭାରତ, ଫୁଲବାଣୀ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବେଆଇନ ଗଞ୍ଜେଇ ଚାଲାଣ ବଢିବାରେ ଲାଗିଛି । ଏହା ଉପରେ ରୋକ ଲଗାଇବା ପାଇଁ ଜିଲ୍ଲା ପୋଲିସ ଅଣ୍ଟା ଭିଡିଛି । ମଙ୍ଗଳବାର ସୁଲୁମୁହା ଘାଟ ନିକଟରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ଦାରିଙ୍ଗିବାଡି ଥାନା ଅନ୍ତର୍ଗତ ବାରିକିଆ ଗାଁର ବାସିନ୍ଦା ବୋଲି ଜଣାପଡିଛି । ସୂଚନା ମୁତାବକ, ବାଲିଗୁଡାରୁ ବ୍ରହ୍ମପୁରକୁ ଏକ କାର ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ଖବର ଦାରିଙ୍ଗିବାଡି ପୋଲିସ ପାଇଥିଲା । ଗାଡିଟି ଦ୍ରୁତ ଗତିରେ ଯାଉ ଥିବାରୁ ପୋଲିସ ଏହାର ପିଛା କରି ସୁଲୁମୁହା ଘାଟ ନିକଟରେ ଅଟକାଇ ଥିଲା । ଯାଞ୍ଚ ବେଳେ ଗାଡିରୁ ୨୨ କେଜି ଗଞ୍ଜେଇ ପୋଲିସ ଜବତ କରିଛିା । ଏହି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ତେବେ ପୋଲିସ ଚଢାଉ ବେଳେ କାର ଡ୍ରାଇଭର ସେଠାରୁ ଫେରାର ହୋଇଛି । ଦାରିଙ୍ଗିବାଡି ପୋଲିସ ଏନଡିଏସ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି ।

Related posts

ଯୁବକଙ୍କୁ ବାନ୍ଧି ନିର୍ଦ୍ଧୁମ ମାଡ

mahabharatanews

ପୋଲିସର ‘କପି-ପେଷ୍ଟ’ ଭୁଲ୍, ଜେଲ୍‌ରୁ ବାହାରିଲେ ହତ୍ୟାକାରୀ ସ୍ତ୍ରୀ

mahabharatanews

ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

mahabharatanews