ଓଡିଶା

କେନାଲରେ ବୁଡିଗଲେ ଯୁବକ

(ମହାଭାରତ, ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଡପଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ଜଣେ ଯୁବକଙ୍କର କେନାଲ ପାଣିରେ ବୁଡି ମୃତ୍ୟୁ ହୋଇଛି । ମୃତକ ଜଣକ ଏହି ଗାଁଁର ଅର୍ଜୁନ ସାମଲ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଯୁବକ ଜଣକ ନିକଟସ୍ଥ ରେଙ୍ଗାଲି କେନାଲକୁ ଗାଧୋଇବା ପାଇଁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ତାଙ୍କର ଗୋଡ ଖସି ଯାଇଥିଲା । ଏଣୁ ଭାରସାମ୍ୟ ହରାଇ ସେ କେନାଲ ପାଣିରେ ବୁଡିି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ପାଇଁ ଆସିବା ବେଳକୁ ସେ ପାଣି ଭିତରେ ବୁଡି ଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ଯୁବକଙ୍କୁ ଉଦ୍ଧାର କରାଯାଇ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ପୋଲିସ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

`୧୩ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ 

mahabharatanews

ସମ୍ବଲପୁରରେ ବର୍ଷେ ବନ୍ଦ ସମସ୍ତ ଧାର୍ମିକ ଶୋଭାଯାତ୍ରା

mahabharatanews

ସଙ୍ଗରୋଧ ଗୃହରେ ଜନ୍ମ ନେଇଛି ଶିଶୁ ପୁତ୍ର

mahabharatanews