ଓଡିଶାଦୁର୍ଘଟଣା

ପୋଲ ତଳକୁ ଖସିଲା ବସ୍, ୪୦ ଯାତ୍ରୀ ଗୁରୁତର

ବୌଦ୍ଧ:  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୋଲ ତଳକୁ ଖସିଲା ବସ୍ । ଦୁର୍ଘଟଣାରେ ୪୦ ଯାତ୍ରୀ ଗୁରୁତର । ବୌଦ୍ଧ ଜିଲ୍ଲା ବାମଣ୍ଡା ନିକଟରେ ଗତକାଲି ଅନ୍ଧାର ରାତିରେ ଘଟିଛି ଏହି ଦୁର୍ଘଟଣା । ମହାଦେବ ନାମକ ବସ୍‌ ସୁନାଖାଇ ପୋଲ ତଳକୁ ଖସିବାରୁ ୪୦ରୁ ଉର୍ଦ୍ଧ୍ୱ ବସ୍‌ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ଶିଶୁ ଓ ବୃଦ୍ଧ ବି ରହିଛନ୍ତି।। ଗୁରୁତରଙ୍କୁ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।ବସ୍‌ଟି ଭୁବନେଶ୍ଵରରୁ ମାଲକାନଗିରି ଅଭିମୁଖେ ୬୦ରୁ ଉର୍ଦ୍ଧ ଯାତ୍ରୀ ନେଇ ଯାଉଥିଲା । ଏହି ସମୟରେ ବାମଣ୍ଡା ନିକଟରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବର ପାଇ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ପୁଲିସ୍‌ ଟିମ୍‌ ପହଞ୍ଚିଥିଲେ।  ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହୀନ ଦ୍ଵାରା ପ୍ରାୟ ୩ ଘଣ୍ଟାରୁ  ଊର୍ଦ୍ଧ୍ୱ ସମୟ ଜାରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। କିଛି ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରଯାଇଛି।

Related posts

ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମଜୟନ୍ତୀ ଅବସରରେ ବୃକ୍ଷରୋପଣ

mahabharatanews

ବଦଳିଲେ IPS ଅଫିସର ଦୟାଲ ଗଙ୍ଗୱାର

mahabharatanews

ବାରିପଦା ବୁଢ଼ା ବଳଙ୍ଗ ପାଣିବୁଡ଼ି ଜଣେ ମୃତ

mahabharatanews