Uncategorized

କିର୍ଗିସ୍ତାନରେ ୩ କରୋନା ଆକ୍ରାନ୍ତ

(ବିଶକେକ୍): ମହାମାରୀ କରୋନା ଏବେ ବିଶ୍ୱର ୧୫୭ଟି ଦେଶକୁ ବ୍ୟାପିଛି । କିର୍ଗିସ୍ତାନରେ ବୁଧବାର ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତ ଜଲାଲ-ଆବାଦ୍ ଅଞ୍ଚଳର ବୋଲି କିର୍ଗିସ୍ତାନ ସେମାନେ ହଜ୍ ଯାତ୍ରାରେ ଯାଇ ସାଉଦି ଆରବରୁ ଫେରିଥିବା ଦେଶର ସ୍ୱାସ୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହି ଆକ୍ରାନ୍ତମାନେ ସ୍ୱଦେଶ ଫେରିବା ପରେ ସେମାନଙ୍କର କ୍ୱାରାଣ୍ଟାଇନ କରାଯାଇଥିଲା । ସମୁଦାୟ ୮ ଜଣଙ୍କ ରକ୍ତ ନମୂନା ଯାଞ୍ଚ କରାଯାଇଥିଲା । ସେଥିରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ବୋଲି ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ କୋସମୋସବେକ କୋଲପୋନବାଏଭ କହିଛନ୍ତି । ଏହି ଆଇସୋଲେସନରେ ରହିବା ପରେ ଆକ୍ରାନ୍ତ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଥିବା ସେ କହିଛନ୍ତି । ସ୍ୱଦେଶ ଫେରିବା ବେଳେ ଏହି ତିନି ଜଣ ଆକ୍ରାନ୍ତଙ୍କ ସମେତ ୧୩୫ ଜଣ ବିମାନରେ ଥିଲେ । ସମସ୍ତ ଯାତ୍ରୀଙ୍କୁ ଆଇସୋଲେସନରେ ରଖାଯାଇ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଉଛି ବୋଲି କିର୍ଗିସ୍ତାନ ସ୍ୱ।।ସ୍ଥ୍ୟମନ୍ତ୍ରୀ କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ଏଯାଏ ଏହି ଭୟଙ୍କର ଭାଇରସର ସଂକ୍ରମଣରେ ସାରା ବିଶ୍ୱରେ ୭ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୮୪ ହଜାର ୯୭୬ ଜଣ ଆକ୍ରାନ୍ତ ହୋଇଛନ୍ତି ।

Related posts

ନିପା ଭାଇରସ ସଂକ୍ରମଣରେ ନାବାଳକର ମୃତ୍ୟୁ, ୨ ଆକ୍ରାନ୍ତ

mahabharatanews

ଅନ୍ୟକୁ ଦୋଷ ଦେବା କୋଭିଡ ସମସ୍ୟାର ସମାଧାନ ନୁହେଁ: ଚୀନ

mahabharatanews

ଫେବୃଆରୀ ୨୫ ଯାଏ ଅଯୋଧ୍ୟାରେ ୧୪୪ ଧାରା ଜାରି

mahabharatanews