ଚେନ୍ନାଇ: ତାମିଲନାଡୁ ସରକାର ଜାତୀୟ ଜନସଂଖ୍ୟା ପଞ୍ଜିକରଣ (ଏନପିଆର)କୁ ନେଇ କୌଣସି ସମର୍ଥନ କାର୍ଯ୍ୟ କରିବାକୁ ରାଜ୍ୟରେ ଅନୁମତି ଦେବ ନାହିଁ ବୋଲି ଡିଏମକେ ମୁଖ୍ୟ ଏମ କେ ଷ୍ଟାଲିନ ଶୁକ୍ରବର କହିଛନ୍ତି ।
ତାଲିମନାଡୁ ସରକାର ଏନପିଆର ପ୍ରୋସେସନକୁ ରାଜ୍ୟରେ ଅନୁମତି ଦେବ ନାହିଁ । ଏହାକୁ ନେଇ ଡିଏମକେ ଲୋକଙ୍କୁ ଭେଟି ସ୍ୱାକ୍ଷରତା ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଫେବୃଆରୀ ୨ରୁ ୮ ମଧ୍ୟରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି) ବିରୋଧରେ ସ୍ୱାକ୍ଷରତା ଅଭିଯାନ କରିବ । ଦଳର ସମସ୍ତ ନେତା ଓ କର୍ମକର୍ତ୍ତା ଏହି କାର୍ଯ୍ୟରେ ନିୟୋଜିତ ହେବେ । ଆମେ ଏହାକୁ ନେଇ ଅଭିଯାନ କରିବୁ ଓ ରାଷ୍ଟ୍ରପତିଙ୍କୁ ମେମୋରଣ୍ଡମ ପ୍ରଦାନ କରିବୁ ବୋଲି ଷ୍ଟେଲିନ କହିଛନ୍ତି । ସେ ଆହୁରି କହିଛନ୍ତି, ସିଏଏକୁ ପ୍ରତ୍ୟାହାର କରିବାକୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କୁହାଯିବ ତେବେ ଏହା ବିରୋଧରେ ସ୍ୱାକ୍ଷରତା ଅଭିଯାନ ଜାରି ରହିବ । ଏଥିନେଇ ସେ ଛାତ୍ରଛାତ୍ରୀ, ଉଠା ଦୋକାନୀ, ପ୍ରତ୍ୟକ ବର୍ଗର ଜନତାଙ୍କୁ ଏହି ସ୍ୱାକ୍ଷରତା ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ।
ସୂଚନା ଯୋଗ୍ୟ, ନୂତନଭାବେ ଲାଗୁ ହୋଇଥିବା ସିଏଏ ୨୦୧୯ ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶରୁ ୨୦୧୪, ଡିସେମ୍ବର ୩୧ ପର୍ଯ୍ୟନ୍ତ ଆସିଥିବା ଜୈନ, ଶିଖ, ପରାଶି, ବୌଦ୍ଧ, ଖ୍ରୀଷ୍ଟିଆନ, ହିନ୍ଦୁଙ୍କୁ ଭାରତୀୟ ନାଗରିକତା ଦେବ ।
previous post