Uncategorized

କଂଗ୍ରେସ ନେତାଙ୍କଠାରୁ ଜୀବନ ପ୍ରତି ବିପଦ ଆଶଙ୍କା

ବେଙ୍ଗାଲୁର: ବେଙ୍ଗାଲୁରରେ ଥିବା ମଧ୍ୟପ୍ରଦେଶର ୨୨ବାଗୀ କଂଗ୍ରେସ ବିଧାୟକ ଆଜି କର୍ଣ୍ଣାଟକ ପୁଲିସ ଡିସିପିଙ୍କୁ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ପତ୍ର ଲେଖିଛନ୍ତି । ଏହି ବିଧାୟକମାନେ ପତ୍ରରେ ଉଲ୍ଲେଖ କରିଛନ୍ତି କି, ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କ ସୁରକ୍ଷା ଦାବି କରିଛନ୍ତି । ଏଥିସହ କୌଣସି କଂଗ୍ରେସ ନେତାଙ୍କୁ ସେମାନଙ୍କ ସହ ଭେଟିବାକୁ ଅନୁମତି ଦେବା ଅନୁଚିତ ବୋଲି ଉଲ୍ଲେଖ କରିଛନ୍ତି । ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବିଜୟ ସିଂ ଆଜି ସକାଳେ ବେଙ୍ଗାଲୁରୁରେ ପହଞ୍ଚିଥିଲେ । ଏହା ପରେ ତାଙ୍କୁ ବେଙ୍ଗାଲୁରୁରେ ଏକ ହୋଟେଲରେ ଥିବା ବିଧାୟକଙ୍କୁ ଭେଟିବାକୁ ଦିଆ ଯାଉ ନ ଥିବାକୁ ବିରୋଧ କରି ସେ ରାମଦା ହୋଟେଲ ସମ୍ମୁଖରେ ଧାରଣାରେ ବସିଥିଲେ ଓ ସେଠାରୁ ତାଙ୍କୁ ପ୍ରତିଶେଧକାତ୍ମକ ଗିରଫ କରାଯାଇଥିଲା ।
ଏହା ପରେ ଦିଗବିଜୟ ଗଣମାଧ୍ୟମକୁ ଜଣାଇଛନ୍ତି କି, ସେ ମଧ୍ୟ ପ୍ରଦେଶର ଜଣେ ରାଜ୍ୟସଭା ପ୍ରାର୍ଥୀ । ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ନିର୍ବାଚନ ହେବାକୁ ଯାଉଛି । ମୋର ବିଧାୟକମାନଙ୍କୁ ଏଠାରେ ଅଟକ ରଖାଯିବା ସହ ସେମାନଙ୍କ ଫୋନ ମଧ୍ୟ ଛଡାଇ ନିଆଯାଇଛି । ବିଧାୟକଙ୍କ ସହ ଜୀବନ ପ୍ରତି ବିପଦ ଥିôବା କହି ପୁଲିସ ମତେ ଭେଟିବାକୁ ଅନୁମତି ଦେଉ ନାହିଁ । ମୁହଁରେ ଏକ ମାସ୍କ ବାନ୍ଧି ଧାରଣାରେ ବସିଥିବା ବେଳେ ଦିଗବିଜୟ ଆହୁରି କହିଛନ୍ତି, ଆମେ ଆଶାକରୁଥିଲୁ ସେମାନେ ଫେରି ଯିବେ, କିନ୍ତୁ ଆମେ ଦେଖିଲୁ ସେମାନଙ୍କୁ ପୁଣି ଅଟକ ରଖାଯାଇଛି, ସେମ।।ନଙ୍କ ପରିବାର ପକ୍ଷରୁ ଆମକୁ ସୂଚିତ କରାଯାଇଥିଲା । ମୁଁ ବ୍ୟକ୍ତିଗତଭାବେ ୫ ଜଣଙ୍କ ସହ କଥା ହୋଇଥିଲି, ସେମାନେ କହିଥିଲେ, ସେମାନଙ୍କୁ ବନ୍ଦୀ ରଖାଯାଇଛି । ସେମାନଙ୍କ ଫୋନ ମଧ୍ୟ ଛଡାଇ ନିଆଯାଇଛି । ପ୍ରତ୍ୟେକଙ୍କ କୋଠରୀ ସମ୍ମୁଖରେ ଜଣେ ଲେଖା ପୁଲିସ କର୍ମଚାରୀ ୨୪ ଘଣ୍ଟା ଜଗି ରହିଛନ୍ତି ବୋଲି ଦିଗବିର୍ଜ କହିଥିଲେ ।
ସଚୂନାଯୋଗ୍ୟ, ମଧ୍ୟ ପ୍ରଦେଶ କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେବା ପରେ ରାଜ୍ୟରେ ରାଜନୈତିକ ସଂକଟ ଦେଖା ଦେଇଛି । ସିନ୍ଧିଆକୁ ଅନୁକରଣ କରି ଆଉ ୨୧ ଜଣ କଂଗ୍ରେସ ବିଧାୟକ ମଧ୍ୟ ଇସ୍ତଫା ଦେଇଥିଲେ ।

Related posts

ଫୁଲୱାମାରେ ସେନା, ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ, ୩ ଆତଙ୍କୀ ନିହତ

mahabharatanews

ବିପୁଳ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଜବତ

mahabharatanews

ଅପପ୍ରଚାର କରି ୨ ଡାକ୍ତର ଗିରଫ

mahabharatanews