ଅପରାଧ

କୂଅରୁ ମିଠା କାରିଗରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

(ମହାଭାରତ, ବଣାଇ): ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା କେନାଭେଟା ଗାଁରେ ଏକ ଅଘଟଣ ଘଟିଛି । ଏଠାରେ ଜଣେ ମିଠା କାରିଗରଙ୍କ ମୃତଦେହ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଛି । ତେବେ ତାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ଏହି ଗାଁର ଗୋରାଚାନ୍ଦ ବେହେରା ବୋଲି ଜଣାପଡିଛି । ଏନେଇ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଗୋରାଚାନ୍ଦ ମିଠା ତିଆରି କରିବାକୁ ବୁଧବାର ରାତିରେ ଟିକାୟତପଲ୍ଲୀ ଥାନା କରେଇପୁଟ ଗାଁର ନନ୍ଦ କିଶୋର ସାହୁଙ୍କ ଘରକୁ ଯାଇଥିଲେ । ଏପରିକି ତାଙ୍କ ଘରେ ମିଠା ତିଆରି କରିଥିଲେ । ପରଦିନ ସକାଳେ ଏକ ପରିତ୍ୟକ୍ତ କୂଅରେ ତାଙ୍କର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଗାଁ ଲୋକେ ଏନେଇ ଥାନାକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କୂଅରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଉକ୍ତ ମିଠା କାରିଗରଙ୍କୁ ହତ୍ୟା କରାଯାଇ କୂଅରେ ଫିଙ୍ଗି ଦିଆଯାଇଥିବା ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related posts

୪ ଲୁଟେରାଙ୍କୁ ଜବତ କରିଛି କୁଆଖିଆ ପୋଲିସ

mahabharatanews

ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ୍

mahabharatanews

ସାଲେପୁର ପୋଲିସର ମାସ୍କ ଚେକିଂ

mahabharatanews