(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନାୟକ ବନ୍ଧ କ୍ରସର ନିକଟରେ ଏକ ଘରୋଇ ଫାଇନାନ୍ସ କମ୍ପାନୀର ୨ ଜଣ କର୍ମଚାରୀଙ୍କୁ କିଛି ଦୁର୍ବୃତ୍ତ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଭୁଜାଲି ମାଡରେ ଆହତ ହୋଇଥିବା କର୍ମଚାରୀ ଦ୍ୱୟଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ରବିବାର ସକାଳେ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀର ଦୁଇ ଜଣ କର୍ମଚାରୀ କେଶରୀପୁର ଏବଂ ଭିମେଇ ଗାଁରୁ ଟଙ୍କା ସଂଗ୍ରହ କରି ସୋର ଅଭିମୁଖେ ଆସୁଥିଲେ । ଏହି ସମୟରେ ନାୟକ ବନ୍ଧ କ୍ରସର ନିକଟରେ ୩ ଜଣ ଦୁର୍ବୃତ୍ତ କଳା ପଲସରରେ ଆସି ସେମାନଙ୍କୁ ଭୂଜାଲିରେ ଆକ୍ରମଣ କରି ଟଙ୍କା ଧରି ଫେରାର ହୋଇଯାଇଥିଲେ । ଗୁରୁତର ଆହତ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଖବର ପାଇ ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
previous post
next post