ଓଡିଶା

ଦୋକାନ ଘରେ ପଶିଗଲା ଡମ୍ପର, ଅଳ୍ପକେ ବର୍ତ୍ତିଲା ଲୋକଙ୍କ ଜୀବନ

ଜଳେଶ୍ୱର: ରାତିରେ ଦୋକାନ ଘର ଭିତରେ ପସିଗଲା ଡମ୍ପର । ଭାଗ୍ୟ ଜୋର ଥିବାରୁ ଅଳ୍ପକେ ବର୍ତ୍ତିଲେ ଦୋକାନରେ ଶୋଇଥିବା ଲୋକେ ।
ଜଳେଶ୍ୱର ଜିକେ ଭଟର ହସ୍ପିଟାଲ ସାମ୍ନା ୫୭ ନଂ ରାଜ୍ୟ ରାଜପଥ ଦେଇ ଦୈନିକ ହଜାର ହଜାର ମୋଟର ଯାନ ଯାତାୟାତ ହୋଇଥାଏ । କିଛି ଗାଡିଚାଳକ ଅତି ବେପରୁଆ ଭାବେ ଗାଡି ଚାଳନ କରନ୍ତି, ଯେଉଁଥି ପାଇଁ ବହୁ ସମୟରେ ଅନେକ ଅଘଟଣ ଘଟିଛି । ସେହିପରି ଏକ ଅଘଟଣ ଗତକାଲି ଘଟିଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଜଳେଶ୍ୱର ଜିକେ ଭଟର ହସ୍ପିଟାଲ ସମ୍ମୁଖରେ ଥିବା ଆଶୀର୍ବାଦ ଔଷଧ ଦୋକାନ ଓ ମାଆ ପାଥୋଲୋଜି ଦୋକାନ ଘର ଭିତରରେ ଅଧରାତିରେ ଏକ ଡମ୍ପର ଅତର୍କିତ ଭାବେ ମାଡିଯାଇଥିଲା ଦୋକାନ ଉପରେ । ଫଳରେ ଦୁଇଟିଯାକ ଦୋକାନ ଘରର କାନ୍ଥ ଭାଙ୍ଗିଯିବା ସହ ଦୋକାନର ଆସବାବ ପତ୍ର ଭାଙ୍ଗିରୁଜି ଯାଇଛି । ତେବେ ସୌଭାଗ୍ୟ ବସତଃ ଦୋକାନ ଘର ଉପରେ ଥିବା ଘରେ ରହୁଥିବା ଲୋକଙ୍କ ଜୀବନ ବଞ୍ଚିଯାଇଛି । ଦୁର୍ଘଟଣାଗ୍ରସ୍ତ ଡମ୍ପରକୁ ପୁଲିସ ଜବତ କରି ତଦନ୍ତ ଚଳାଇଥିବା ବେଳେ କିନ୍ତୁ ଘଟଣାସ୍ଥଳରୁ ଡମ୍ପର ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି ।

Related posts

ଚାଲିଛି ଶ୍ରୀଜିଉଙ୍କ ଗୋପନ ଉପଚାର ,ଦିଆଗଲା ପଥି ଭୋଗ 

mahabharatanews

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶିରେ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews

ଭୁବନେଶ୍ୱରରୁ ୯ ନୂତନ ଆକ୍ରାନ୍ତ ଚିହ୍ନଟ

mahabharatanews