Uncategorized

ଶସ୍ତାରେ ମାସ୍କ, ସାନିଟାଇଜର ବିକିବା ପାଇଁ କେନ୍ଦ୍ରର ନିର୍ଦ୍ଦେଶ

(ମହାଭାରତ, ନୁଆଦିଲ୍ଲୀ): କରୋନା ମୁକାବିଲା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଯାଏ ସମସ୍ତେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବଜାରରେ ମାସ୍କର ଅଭାବ ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ ଚଢା ଦରରେ ମାସ୍କ ଓ ସାନିଟାଇଜର ବିକ୍ରୀ ହେଉଥିବା ଦେଖିବାକୁ ମିଳୁଛି । ତେବେ ଏସବୁ ସାମଗ୍ରୀ ବର୍ତ୍ତମାନ ଅତ୍ୟାବଶ୍ୟକ ହୋଇଥିବାରୁ ଅଧିକ ଦରରେ ଲୋକେ କିଣିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଲୋକଙ୍କ ଆବଶ୍ୟକତା ଆଉ କଳାବଜାରୀକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । ଏନେଇ କେନ୍ଦ୍ର ଯୋଗାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନ ବ୍ୟବସାୟୀଙ୍କୁ କଡା ତାଗିଦ କରିଛନ୍ତି । ୨୦୦ ମିଲିଲିଟର ହ୍ୟାଣ୍ଡ ସାନିଟାଇଜରର ଦାମ ୧୦୦ ଟଙ୍କାରୁ ଅଧିକ ଦାମରେ ନ ବିକିବାକୁ କହିଛନ୍ତି । ସେହିପରି ୨ ଲେୟାର ବିଶିଷ୍ଟ ମାସ୍କର ଦାମ ୮ ଟଙ୍କା ୩ ଲେୟାର ବିଶିଷ୍ଟ ମାସ୍କର ଦାମ ୧୦ ଟଙ୍କାରେ ବିକ୍ରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କରୋନାକୁ ନେଇ ଲୋକେ ମାସ୍କ ଓ ସାନିଟାଇଜର କିଣୁଥିବାରୁ ଏଗୁଡିକର ବଜାର ଦର ଅହେତୁକ ଭାବେ ବଢିଯାଇଛି । ଲୋକଙ୍କ ଚାହିଦାକୁ ଦେଖି ଅସାଧୁ ବ୍ୟବସାୟୀମାନେ କଳାବଜାରୀ ଆରମ୍ଭ କରିଦେଇଛନ୍ତି । ଏହାକୁ ନଜରରେ ରଖି କେନ୍ଦ୍ର ଖାଉଟି ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶ୍ୱାନ ଟ୍ୱିଟ୍ କରି ଜଣାଇଛନ୍ତି । ସେହିପରି ୧୨ ଫେବୃଆରୀ ପୂର୍ବରୁ ମାସ୍କ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା କପଡାର ଦାମ ଯାହା ଥିଲା ତାକୁ ଅପରିବର୍ତ୍ତିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶନାମା ଜୁନ୍ ୩୦ ଯାଏ ବଳବତ୍ତର ରହିବ ବୋଲି କେନ୍ଦ୍ରମନ୍ତ୍ରୀ ପାଶ୍ୱାନ ସ୍ପଷ୍ଟ କରିଛନ୍ତି ।

Related posts

ଚଣ୍ଡିଗଡ ହାଇକୋର୍ଟର ବିଜାରପତି ଭାବେ ଶପଥ ନେଲେ ମୁରଲିଧର

mahabharatanews

ଲକଡାଉନ ନିୟମ ଉଲ୍ଲଂଘନ ସଂକ୍ରାନ୍ତୀୟ ମାମଲା ପ୍ରତ୍ୟାହାର କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ଭାରତୀୟ ପୋଷାକ ପିନ୍ଧି ନୋବେଲ ପୁରସ୍କାର ଗ୍ରହଣ କଲେ ଅଭିଜିତ, ଇସ୍ତର

mahabharatanews