Uncategorized

ଆଜି ଗଡିଲା ଅଯୁଗ୍ମ ନମ୍ବର ଗାଡି

(ମହାଭାରତ, ଭୂବନେଶ୍ୱର): ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଆଜି ଠାରୁ ରାଜ୍ୟରେ ଦିଲ୍ଲୀ ଭଳି ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହୋଇଛି । ନିୟମ ଅନୁସାରେ, ଶନିବାର ୨୧ ଥିବାରୁ ଆଜି କେବଳ ଅଯୁଗ୍ମ ନମ୍ବର ଥିବା ଯାନବାହନ ଚଳାଚଳ କରୁଛି । ରାଜଧାନୀ ଭୂବନେଶ୍ୱର ସମେତ କଟକରେ ଅଯୁଗ୍ନ ନମ୍ବର ଥିବା ଅଟୋ ଏବଂ ଟ୍ୟାକ୍ସି ଚଳାଚଳ କରୁଛି । ଯେଉଁମାନେ ନିୟମ ବିଷୟରେ ଜାଣି ନ ପାରି ଗାଡି ଧରି ବଜାରକୁ ଚାଲିଆସିଛନ୍ତି ସେମାନେ ଏ ବିଷୟରେ ଅବଗତ ହେବା ପରେ ଏହାକୁ ସମର୍ଥନ କରି ଘରକୁ ଫେରି ଯାଉଥିବା ଦେଖିବାକୁ ମିଳିଛି । ଆସନ୍ତାକାଲି ରବିବାର ୨୨ ତାରିଖରେ କେବଳ ଯୁଗ୍ମ ନମ୍ବର ଥିବା ଯାନବାହନ ଚଳାଚଳ କରିବ । ଜନ ସାଧାରଣ ଏହାକୁ ସ୍ୱତଃପ୍ରବୃତ ଭାବେ ସମର୍ଥନ କରିବା ସହ ସରକାରଙ୍କ ପଦକ୍ଷେପକୁ ସମ୍ନାନ ଜଣାଇ ସ୍ୱାଗତ କରିଛନ୍ତି । ତେବେ ଜରୁରୀକାଳୀନ ସେବାରେ ନିେୟୋଜିତ ଯାନବାହନଗୁଡିକୁ ଏଥିରୁ ବାଦ୍ ଦିଆଯାଇଛି । କେବଳ ଟ୍ୱିନ ସିଟି ନୁହେଁ, କେନ୍ଦୁଝରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୂପ ଫର୍ମୁଲା ଲାଗୁ ହୋଇଛି । ଜିଲ୍ଲାର କେନ୍ଦୁଝର, ଯୋଡା, ବଡବିଲ, ଚମ୍ପୁଆ ଏବଂ ଆନନ୍ଦବଜାର ପୌରାଞ୍ଚଳରେ ଏହି ଫର୍ମୁଲା ଲାଗୁ ହୋଇଛି । ସେଠାକାର ଲୋକେ ମଧ୍ୟ ନିୟମକୁ ସମ୍ମାନ ଜଣାଇ ଆଜି କେବଳ ଅଯୁଗ୍ମ ନମ୍ବର ଥିବା ଗାଡିରେ ଯାତାୟତ କରୁଛନ୍ତି । ସେହିପରି ମୟୁରବଞ୍ଜ ଜିଲ୍ଲାରେ ବି ପ୍ରଶାସନ ପକ୍ଷରୁ ଏହି ନିୟମ ଲାଗୁ ହୋଇଛି ।

Related posts

ମାସିକ ୧୨ ଲକ୍ଷ ଟଙ୍କାରେ ଘର ଚଳାଇବା ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ କଷ୍ଟ

mahabharatanews

ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ସୋରିଷ

mahabharatanews

ଦେଶରେ କରୋନା ମୃତ୍ୟୁ ୧,୦୯,୧୫୦

mahabharatanews