ଓଡିଶା

ଦକ୍ଷୀଣ ଜୋନ୍ ବ୍ୟବସାୟୀ ସଂଘ ସହ ବିଏମ୍ସିର ବୈଠକ

ଭୁବନେଶ୍ୱର:କରୋନା ଭାଇରସର ପ୍ରତିକାର ସ୍ୱରୁପ ଭୁବନେଶ୍ୱରରେ ସବୁଠୁ ଅଧିକ କଟକଣା ଜାରି କରାଯାଇଛି । ମଙ୍ଗଳବାର ଠାରୁ ବିନା ପାସ୍ରେ କାହାରିଙ୍କୁ ନ ଛାଡିବା ପାଇଁ ନିର୍ଦ୍ଦେଶ ଜାରି କରଯାଇଥିବା ବେଳେ ଅତ୍ୟାବଶ୍ୟକ ସାମ୍ରଗୀ ନେଇ ସହରକୁ ଆସୁଥିବା ଗାଡିଗୁଡିକର ଯାତାୟତା ସୁନିଶ୍ଚିତ କରିବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି । ବଜାର ପରିଚାଳନା ନେଇ ଭୁବନେଶ୍ୱର ଦକ୍ଷୀଣ ଜୋନ ବ୍ୟବସାୟୀ ସଂଘ ସହ ବିଏମ୍ସି ଅନୁଷ୍ଠିତ ଏକ ବୈଠକରେ ବ୍ୟବସାୟୀମାନେ ଦାବି କରିଛନ୍ତି ।

ବ୍ୟବସାୟୀମାନେ ଗୋସରୀ, ପନିପରିବା, ଫଳମୂଳ ଭଳି ଆସୁଥିବା ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକ ଆସିବାବେଳେ ପୋଲିସ ଯାଞ୍ଚର ସମ୍ମୁଖୀନ ହୋଇପାରନ୍ତି । ଏଥିସହିତ ଫେରିବା ବେଳେ ଖାଲି ଗାଡି ନେଇ ଯାଉଥିବା ବେଳେ ଯେପରି ପୋଲିସ ଉକ୍ତ ଗାଡିଗୁଡିକୁ ନ ଅଟକାଏ ତାହା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ତେବେ ହାଟ, ବଜାର, ମାର୍କେଟ କମ୍ପେ୍ଲକ୍ସ ଗୁଡିକରେ ହାତ ଧୋଇବା ପାଇଁ ଅଧିକ ପରିମାଣରେ ସାନିଟାଇଜର ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତିି । ତେବେ ବିଏସ୍ସି ଅଧିକାରୀମାନେ ଏହା ଉପରେ ଗରୁତ୍ୱ ଦେଇ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣେ ବ୍ୟବସାୟୀ କହିଛନ୍ତି ।

Related posts

ପରୀ ହତ୍ୟା: ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

mahabharatanews

ମୁଖ୍ୟମନ୍ତ୍ରୀ ବୁଲି ଦେଖିଲେ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ

mahabharatanews

ରାଜ୍ୟ ସରକାରଙ୍କ ଦୀପାବଳି ଭେଟି: ତୈଳଦର ଉପରୁ ୩ ଟଙ୍କା ଭାଟ ହ୍ରାସ

mahabharatanews