ଓଡିଶା

ବିନା ହେଲମେଟ, କାଗଜପତ୍ର ପାଇଁ ଗାଡିଚାଳକଙ୍କୁ ଜୋରିମାନା

କେନ୍ଦ୍ରାପଡା: ସାରା ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସରକାରଙ୍କ ଲକ ଡାଉନ ବ୍ୟବସ୍ଥା ଜାରି ରହିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଚତୁର୍ଥଦିନ ପାଇଁ ଲକ ଡାଉନ ବ୍ୟବସ୍ଥା ବଳବତ୍ତର ରହିଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ରାତିରୁ ୨୧ଦିନ ପାଇଁ ଏହି ଲକ ଡାଉନ ବ୍ୟବସ୍ଥା ଜାରି ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଥିବାର ଲକ୍ଷ୍ୟ କରାଯାଇଛି । ଧିରେ ଧିରେ ଲୋକମାନଙ୍କ ମଧ୍ୟରେ ସରକାରଙ୍କ ଲକଡାଉନ ବ୍ୟବସ୍ଥା ପ୍ରତି ସମର୍ଥନ ବୃଦ୍ଧିପାଇବାରେ ଲାଗିଛି । କିନ୍ତୁ କେତେକ କ୍ଷେତ୍ରରେ କିଛି ଲୋକ ଏହି ବ୍ୟବସ୍ଥାକୁ ଉଚିତ ଧ୍ୟାନ ନଦେବାରୁ ଆଜି ପ୍ରାୟ ୨୦ଜଣ ବାଇକ ଆରୋହି ଓ ଅନ୍ୟାନ୍ୟ ଗାଡିଚାଳକଙ୍କ ଠାରୁ ବିନା ହେଲମେଟରେ ସହରକୁ ଆସିଥିବା ଓ ଗାଡି କାଗଜପତ୍ର ନଥିବାରୁ ସେମାନଙ୍କ ଠାରୁ ତିନିମୁହାଣି ଛକରେ ଟାଉନ ଥାନା ପୋଲିସ ଓ ଆଚଂଳିକ ପରିବହନ ବିଭାଗ ଦ୍ୱାରା ଯାଂଚ କରାଯାଇ ପ୍ରାୟ ୧୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି । ସହରର ମୁଖ୍ୟ ରାସ୍ତା ଗୁଡିକରେ ପୋଲିସ ପକ୍ଷରୁ ଗାଡି ଗୁଡିକ ଯାଂଚ କରାଯାଉଥିବା ବେଳେ ତିନିମୁହାଣି ଛକରେ ସକାଳେ ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମି ବିଶ୍ୱାଳ ପୋଲିସ ଫୋର୍ସ ସହିତ ପହଁଚି ଗାଡି ଗୁଡିକ ଯାଂଚ କରିବା ଆରମ୍ଭ କରିଦେଇଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ସେଠାରେ ପହଁଚି ବିନା କାର୍ଯ୍ୟରେ ଆସିଥିବା ଲୋକମାନଙ୍କୁ ତୁରନ୍ତ ଘରକୁ ଫେରିଯିବାକୁ ଏବଂ ଔଷଧ ଓ ପରିବା ଦୋକାନରେ ଭିଡ ନକରିବାକୁ ପରାମର୍ଶ ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ନୀତି ଶେଖର ସେଠାରେ ପହଁଚି ବିନା ହେଲମେଟରେ ରାସ୍ତାରେ ଯାଉଥିବା ବାଇକ ଚାଳକ ଓ ବିନା କାଗଜପତ୍ରରେ ଯାଉଥିବା ଗାଡି ଗୁଡିକ ଠାରୁ ଜୋରିମାନା ଆଦାୟ ପାଇଁ ନିର୍ଦେଶ ଦେବାରୁ ସେଠାରେ ଜୋରିମାନା ଆଦାୟ କରାଯାଇଥିଲା । ପରେ ଖବର ପାଇ ଆଂଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ପହଁଚି ସେମାନଙ୍କ ଗାଡିର କାଗଜପତ୍ର ଯାଂଚ କରିବା ସହ ବିନା ହେଲମେଟରେ ଗାଡି ଚଳାଉଥିବା ବାଇକ ଆରୋହୀଙ୍କ ଠାରୁ ଜୋରିମାନା ଆଦାୟ କରିଥିଲେ । ଗତକାଲି ସହର ମଧ୍ୟରେ ବାଇକ ଓ ସାଇକେଲ ଚଳାଚଳ ବନ୍ଦ କରିବାକୁ ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ମାଇକରେ ଘୋଷଣା କରି ଜନସାଧାରଣଙ୍କୁ ସଚେତନ କରୁଥିବା ଦେଖାଯାଇଥିଲା । ସରକାରଙ୍କ ସାମାଜିକ ଦୂରତା ବ୍ୟବସ୍ଥାକୁ କଡାକଡି ପାଳନ କରାଯାଉନଥିବା ଦେଖିବାକୁ ମିଳିଛି । ସହରର ତିନିମୁହାଣି ଛକରେ ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମି ବିଶ୍ୱାଳଙ୍କ ନେତୃତ୍ୱରେ ସବଇନିସପେକ୍ଟର ସୈାମ୍ୟରଞ୍ଜନ ଜାଲି ଓ ପୋଲିସ ଫୋର୍ସ ମୃତୟନ ହୋଇ କଟକ – ଚାନ୍ଦବାଲି ରାସ୍ତାରେ ଦୁହୁରିଆ ଆଡୁ ସହର ଆଡକୁ ଆସୁଥିବା, ନୂଆବସଷ୍ଟାଣ୍ଡରୁ ତିନିମୁହାଣି ଛକ ଆଡକୁ ଆସୁଥିବା ଏବଂ ଗରାପୁର ଆଡୁ ତିନିମୁହାଣି ଆଡକୁ ଆସୁଥିବା ଗାଡି ଓ ବାଇକ ପ୍ରଭୃତିକୁ ଯାଂଚ କରୁଥିବା ଦେଖାଯାଇଥିଲା । ପୁରୁଣା ବସଷ୍ଟାଣ୍ଡରେ ମାରୁଆଡିପଟି ପାଖରେ ଓ ସବରେଜିଷ୍ଟ୍ରାର ଅଫିସ ଗଳିରାସ୍ତା ନିକଟରେ ପୋଲିସ ପକ୍ଷରୁ ରାସ୍ତାକୁ ବନ୍ଦ କରିଦିଆଯାଇଥିବା ଦେଖିବାକୁ ମିଳିଛି । ପୈାରସଂସ୍ଥା ଓ ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଘରୁ ବାହାରକୁ ନବାହାରିବା ପାଇଁ ପ୍ରଚାର କରାଯିବା ସହ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଉଥିବାର ଦେଖିବାକୁ ମିଳିଛି । ଆବଶ୍ୟକ ନହେଲେ ବାହାରକୁ ନଆସିବାକୁ ଲୋକମାନଙ୍କୁ କୁହାଯାଉଛି । ସେହିଭଳି ସଦର ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମପଂଚାୟତରେ ପୋଲିସ ଓ ବ୍ଲକ ପକ୍ଷରୁ ସଚେତନ କରାଯିବା ସହ ଘର ବାହାରକୁ ନଆସିବା ପାଇଁ କୁହାଯାଉଛି । ଲୋକମାନେ ସଚେତନ ହୋଇ ଏଭଳି ପରିସ୍ଥିତିରେ ପ୍ରଶାସନକୁ ସହଯୋଗ କରିବା ସହିତ ପ୍ରତ୍ୟେକଦିନ ବାହାରୁ ଆସୁଥିବା ଲୋକମାନଙ୍କ ସମ୍ପର୍କରେ ନିକଟସ୍ଥ ଡାକ୍ତରଖାନାରେ ପଞ୍ଜିକରଣ କରିବା ନିତ୍ୟାନ୍ତ ଜରୁରୀ ହୋଇପଡିଛି ।

ଲକ ଡାଉନ ଜାରି ରହିଛି
କେନ୍ଦ୍ରାପଡା ୨୩ / ୩ –

Related posts

ମହା ଜନସମ୍ପର୍କ ଯାତ୍ରା: ୧୭ରେ ଢେଙ୍କାନାଳ ଆସିବେ ଶାହ

mahabharatanews

ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ସମ୍ବାଦପତ୍ର ହକରଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା

mahabharatanews

ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡରେ ପୁରସ୍କୃତ ପରେ ନବୀନଙ୍କ ନୀରବ ବାର୍ତ୍ତା

mahabharatanews