ଓଡିଶା

ବହୁବନ୍ଧ ଗ୍ରାମ ରାସ୍ତାକୁ ବନ୍ଦ କଲେ ଗ୍ରାମବାସୀ

ଉଦଳା: ବିଶ୍ୱ ମହାମାରୀ କରୋନାର ମୁକାବିଲା କରିବାକୁ ଦେଶ ତଥା ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ କରାଯାଇଛି । ଏହି ଲକଡାଉନକୁ ଅନେକ ସ୍ଥାନରେ ଅଣଦେଖା କରି ଲୋକେ ରାସ୍ତାକୁ ବାହାରିବା ସହ ରୁଣ୍ଡ ହେଉଛନ୍ତି । ଏପରି ସମୟରେ ଉଦଳା ଥାନା ଅଧୀନରେ ଥିବା ବହୁବନ୍ଧ ଗ୍ରାମର ସମୂହ ଗ୍ରାମବାସୀ କୋରନା ସଂକ୍ରମଣ ରୋକିବା ପାଇଁ ବେଶ ସଚେତନ ଥିବା ଦେଖା ଯାଇଛି । ଗ୍ରାମ ରାସ୍ତା ଦେଇ ସବୁ ସମୟରେ ଗ୍ରାମ ବାହାର ଲୋକମାନେ ଅବାଧରେ ଯାତାୟାତ କରୁଥିବା ଯୋଗୁ ଗ୍ରାମବାସୀମାନେ ଗ୍ରାମ ରାସ୍ତାକୁ ସିଲ କରିଦେଇଛନ୍ତି, ଯାହାକି ସମ୍ପୂର୍ଣ୍ଣ ଗ୍ରାମକୁ କରନା ଭୁତାଣୁ ମୁକ୍ତ କରିବା ପାଇଁ ଗ୍ରାମବାସୀ ମାନେ ଏହି ପଦକ୍ଷେପ ଆପଣାଇଛନ୍ତି । ତା ଛଡା କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ସଚେତନତା ବାର୍ତ୍ତା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ତାହାକୁ ବହୁବନ୍ଧ ଗ୍ରାମବାସୀ କଡାକଡି ପାଳନ କରିଥିବା ଜଣାଯାଇଛି ।

Related posts

ଶ୍ରୀମନ୍ଦିରରେ ସନ୍ଧ୍ୟା ୬ଟାରୁ ୧୦ଟା ପର୍ୟ୍ୟନ୍ତ ପ୍ରାୟ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

mahabharatanews

ଶ୍ରୀ ଲୋକନାଥଙ୍କର ଆଜି ପଦ୍ମବେଶ

mahabharatanews

ଘରକୁ ଫେରିବାକୁ ସାହାଯ୍ୟ ଲୋଡିଲେ ବୃଦ୍ଧା

mahabharatanews