ଓଡିଶା

ସୁରତ: ଭୋକ ଉପାସରେ ସତ୍ୟବାଦୀର ୧୨ ଯୁବକ

ଗୋପ: ବିଶ୍ୱ ମହାମାରୀ କରୋନା ପାଇଁ ସବୁଆଡେ ଲକ ଡାଉନ୍ କରାଯାଇଛି । ଲକ ଡାଉନ ଯୋଗୁ ସାରା ଦେଶ ଠପ । ବସ, ଟ୍ରେନ ସବୁ କିଛି ବନ୍ଦ ରହି ଥିବା ହେତୁ ଯାତାୟତ ବନ୍ଦ ରହିଛି । ଫଳରେ ଓଡିଶାରୁ ଅନେକ ଲୋକ ରାଜ୍ୟ ବାହାରକୁ ଯାଇ ବିଭିନ୍ନ କମ୍ପାନୀରେ କାର୍ଯ୍ୟରତ ଅନେକ ଓଡ଼ିଆ ପିଲା ରାଜ୍ୟକୁ ଫେରି ପାରୁ ନାହାନ୍ତି । ଏମିତି ଏକ ଭିଡିଓ ଏବେ ଭାଇରଲ ହୋଇଛି । ପୁରୀ ଜିଲା ସତ୍ୟବାଦୀ ର ୧୨ ଜଣ ବ୍ୟକ୍ତି ସୁରତ ଏକ କମ୍ପାନି ରେ କାର୍ଯ୍ୟ କରୁଥିଲେ । ତେବେ ଲକ ଡାଉନ ଘୋଷଣା ପରେ ଉକ୍ତ କମ୍ପାନୀ ବନ୍ଦ ହୋଇ ଯାଇଛି । ଏପ ରିକି ପାଖରେ ଥିବା ଅଳ୍ପ କିଛି ଟଙ୍କା ଖାଇବା ପିଇବାରେ ସାରି ଯାଇଛି । ଫଳରେ ଭୋକ ଉପାସରେ ସୁରତ ରେ ଫସି ରହିଛନ୍ତି ସତ୍ୟବାଦୀ ଅଞ୍ଚଳର ୧୨ ଜଣ ଯୁବକ । ପାଖରେ ଟଙ୍କା ନ ଥିବା ବେଲେ ଗାଡି ମଟର ବନ୍ଦ । ଏଣୁ ଏହି ପରିସ୍ଥିତିରେ ଓଡିଶା ସରକାର ତାଙ୍କୁ ଉଦ୍ଧାର କରିବାକୁ ଆକୁଳ ନିବେଦନ କରିଛନ୍ତି । ଏ ନେଇ ଏକ ଭିଡିଓ ମାଧ୍ୟମରେ ବାର୍ତା ସେମାନେ ପଠାଇଛନ୍ତି । ତୁରନ୍ତ ରାଜ୍ୟ ସରକାର ତାଙ୍କୁ ଉଧାର କରିବାର ଆବଶ୍ୟକତା ରହିଛି । ତାଙ୍କୁ ଯୋଗା ଯୋଗ କରିବା ପାଇଁ ୭୯୯୦୪୫୩୯୪୩ ନମ୍ବର ଦେଇଛନ୍ତି ।

Related posts

ତାମିଲନାଡୁରୁ ରାୟଗଡା ଆସିଲେ ୨୦୦ ପ୍ରବାସୀ ଓଡିଆ

mahabharatanews

ଜାଲ ଦସ୍ତଖତରେ ଟଙ୍କା ଉଠାଇ ମ୍ୟାନେଜେରଙ୍କ ସମେତ 3 ବ୍ୟାଙ୍କ କର୍ମଚାରୀ କୋର୍ଟ ଚାଲାଣ

mahabharatanews

ଭୁବନେଶ୍ୱରରେ ପହଞ୍ଚିଲା ସହିଦ ଯବାନଙ୍କ ମରଶରୀର

mahabharatanews