ଓଡିଶା

ଆଜି ବି ୪ଟା ଯାଏଁ ଗୃହକୁ ମୁଲତବି

(ଭୁବନେଶ୍ୱର) : ଗୃହରେ  ଅଧିବେଶନ ଆରମ୍ଭରୁ ବିରୋଧୀ ବିଜେପି ବିଧାୟକଙ୍କ ହଟ୍ଟଗୋଳ । ଏହା ପରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ଗୃହ ଆରମ୍ଭରୁ ବିରୋଧୀ ଦଳ ନେତାଙ୍କୁ ଅସମ୍ମାନ ଏବଂ ଦୁଇ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରି ଗୃହରେ ହଟ୍ଟଗୋଳ କରିଛନ୍ତି ।

ସୂଚନାନୁଯାୟୀ , ପୋଡିୟମ ପାଖରେ ପ୍ଲାକାର୍ଡ ଧରି ବିଜେପି ବିଧାୟକ ହୋହଲ୍ଲା କରୁଥିବା ଦେଖିବାକୁ ମିଳିଥିଲା । ବାଚସ୍ପତି ପ୍ରମିଳା ମଲ୍ଲିକ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ଗତକାଲି ବିଜେପି ବିଧାୟକମାନେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ‌ପୋଡ଼ିୟମ ଉପରକୁ ଡାଲି ଫିଙ୍ଗି ପ୍ରତିବାଦ କରିଥିଲେ । ଏଥିପାଇଁ ବାଚସ୍ପତି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ଚଳିତ ବିଧାନସଭା ଅଧିବେଶନର ଶେଷ ପର୍ଯ୍ୟନ୍ତ ନିଲମ୍ବନ କରିଛନ୍ତି । ଏହାକୁ ପ୍ରତିବାଦ କରି ଆଜି ବିରୋଧୀ ହୋ ହାଲ୍ଲା କରିଛନ୍ତି ।

Related posts

ମହାନଦୀରେ ବନ୍ୟା ଆଶଙ୍କା ; ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ସୂଚନା

mahabharatanews

ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ଛତ୍ରପୁର ପୋଲିସ ବାରାକ ପରିଦର୍ଶନ

mahabharatanews

ଦିନେ ମୁହଁରେ ମାରୁଥିଲେ ରଙ୍ଗ ! ଏବେ ଆଖିରେ ଲୁହ

mahabharatanews