ଓଡିଶା

କ୍ରିକେଟ ଖେଳ ସମୟରେ ବାଇକ ଓ ସାଇକେଲ ଜବତ କଲା ପାଟଣା ପୋଲିସ

ପାଟଣା: ପାଟଣା ଥାନା ଅନ୍ତର୍ଗତ କଟାବେଡା ଗ୍ରାମରେ କରୋନା ପାଇଁ ଲକ୍ ଡାଉନ୍ ହୋଇଥିବା ବେଳେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିଲା। ଖବର ପାଇ ପାଟଣା ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା ଙ୍କ ସହ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଟୁର୍ଣ୍ଣାମେଣ୍ଟ ଚାଲି ଥିବା ବେଳେ ପୋଲିସକୁ ଦେଖି ଖେଳାଳି ଓ ଦେଖଣାହାରୀମାନେ ଖେଳ ସ୍ଥାନରୁ ଦଉଡି ପଳାଇ ଥିଲେ। ଫଳରେ ପୋଲିସ କ୍ରିକେଟ ଖେଳ ପଡିଆରୁ ତିନୋଟି ବାଇକ ଗୋଟିଏ ସ୍କୁଟି ଆଠଟି ସାଇକେଲ ଜବତ କରି ପାଟଣା ଥାନାକୁ ଅଣାଯାଇଛି। କରୋନା ପାଇଁ ଲକଡ଼ାଉନ ସଫଳ କରିବା ନିମନ୍ତେ ଦିନରାତି ପୋଲିସ ଲାଗିଥିବା ବେଳେ କିଛି ଲଗାମ ଛଡା ବ୍ୟକ୍ତି କ୍ରିକେଟ ଖେଳରେ ମାତି ଥିବା ଦେଖିବାକୁ ମିଳିଛି । ଏହିପରି ଲକ ଡ଼ାଉନ ସମୟରେ ଅନୀୟମା ଭଳି କାର୍ୟ୍ୟକୁ ସାଧାରଣ ନିନ୍ଦା କରାଯାଇଛି।

Related posts

ଭାଲୁ ଆକ୍ରମଣରେ ଚାଷୀ ମୃତ

mahabharatanews

ବ୍ରଜପାତରେ ବୃଦ୍ଧା ମୃତ

mahabharatanews

ଓଡିଶା ସାହିତ୍ୟ ଏକାଡେମୀ ପାଇଁ ପୁରସ୍କାର ଘୋଷଣା

mahabharatanews