ଓଡ଼ିଶାର ପ୍ରଜ୍ଞାନ ମିଶନ ପକ୍ଷରୁ ସମଗ୍ର ରାଜ୍ୟର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା (Geeta Chanting Competition) ଏବଂ ଗୀତା ଜ୍ଞାନ ପରୀକ୍ଷା (Geeta Jnana Pariksha) ଆୟୋଜନ କରାଯିବ। ଏହି ପ୍ରତିଯୋଗିତା ଶ୍ରୀମଦ୍ଭଗବଦ୍ଗୀତାର ୬ଷ୍ଠ ଅଧ୍ୟାୟ – “ଆତ୍ମସଂଯମ ଯୋଗ” ଉପରେ ଆଧାରିତ ହେବ।
ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ବିଜେତାମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ରାଜ୍ୟସ୍ତରୀୟ ପ୍ରତିଯୋଗିତା ୨୬ ଓ ୨୭ ଡିସେମ୍ବର ୨୦୨୬ ତାରିଖରେ ହରିହରାନନ୍ଦ ଗୁରୁକୁଳମ୍, ବାଲିଘାଇ, ପୁରୀଠାରେ ଅନୁଷ୍ଠିତ ହେବ।
ଏହି ପ୍ରତିଯୋଗିତାରେ ମୁଖ୍ୟ ବିଷୟ ଗୁଡ଼ିକ ହେଉଛି ;
- ପ୍ରତିଯୋଗିତାରେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇପାରିବେ।
- ଜିଲ୍ଲାସ୍ତରର ବିଜେତାମାନେ ରାଜ୍ୟସ୍ତରରେ ଭାଗ ନେବେ।
- ରାଜ୍ୟସ୍ତରୀୟ ପ୍ରତିଯୋଗିତାର ବିଜେତାମାନଙ୍କୁ ୧ ବର୍ଷ ପାଇଁ ସ୍କଲାରସିପ୍ ଦିଆଯିବ।
- ଗୀତା ଆବୃତ୍ତି ପ୍ରତିଯୋଗିତା ପାଇଁ କୌଣସି ଅଂଶଗ୍ରହଣ ଫି ନାହିଁ।
- ଗୀତା ଜ୍ଞାନ ପରୀକ୍ଷା ଅଲଗା ଭାବରେ ହେବ। ଏହାର ତାରିଖ ଓ ଅନ୍ୟାନ୍ୟ ବିବରଣୀ ଆୟୋଜକମାନେ ପରେ ଜଣାଇବେ।
- ଗୀତା ଜ୍ଞାନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ନିର୍ଦ୍ଧାରିତ ପରୀକ୍ଷା ଫି ଦେବାକୁ ପଡ଼ିବ।
- କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଉତ୍ସାହିତ ଓ ଅନୁମତି ଦେବାକୁ କୁହାଯାଇଛି।
ତେବେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭଗବଦ୍ଗୀତାର ଜ୍ଞାନ ଓ ଶ୍ଲୋକ ଆବୃତ୍ତି ପ୍ରତି ଆଗ୍ରହ ବଢ଼ାଇବା। ରାଜ୍ୟସ୍ତରୀୟ ବିଜେତାମାନଙ୍କୁ ଏକ ବର୍ଷର ସ୍କଲାରସିପ୍ ମିଳିବା ଏହି କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭଗବଦ୍ଗୀତାର ଜ୍ଞାନ ଓ ଆଧ୍ୟାତ୍ମିକ ଚେତନା ବୃଦ୍ଧି ଲକ୍ଷ୍ୟରେ ରାଜ୍ୟରେ ଆୟୋଜିତ ହେବ ଗୀତା ପାଠ ପ୍ରତିଯୋଗିତା ଓ ଗୀତା ଜ୍ଞାନ ପରୀକ୍ଷା। ପ୍ରଜ୍ଞାନ ମିଶନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇପାରିବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ସରକାରୀ/ଅନୁଦାନପ୍ରାପ୍ତ କଲେଜକୁ ଅବଗତ କରାଯାଇଛି।
