ଓଡିଶା

ବଜ୍ରଘାତରେ ମହିଳା ମୃତ , ୩ ଛାତ୍ର ଓ ଜଣେ ଛାତ୍ରୀ ଆହତ

ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ଗ୍ରାମରେ ବଜ୍ରଘାତ ଯୋଗୁଁ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍କୁଲର ୩ ଜଣ ଛାତ୍ର ଓ ଜଣେ ଛାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଧାନ ବିଲରେ ଧାନ ତଳି ରୋପଣ କରୁଥିବା ସମୟରେ ହଠାତ୍ ବଜ୍ରଘାତ ହେବାରୁ ଜଣେ ମହିଳା ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତା ମହିଳା ହେଉଛନ୍ତି ଖଲିକୋଟ ଥାନା ଅଧୀନ ମଥୁରା ଗ୍ରାମର କେ. ଜାନକୀ। ଅନ୍ୟପଟେ, କୁହୁଡ଼ି ଗ୍ରାମସ୍ଥିତ ଲକ୍ଷ୍ମୀଧରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ବଜ୍ରଘାତ ଯୋଗୁଁ ୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି। ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ଥିବା ଜଣାପଡ଼ିଛି। ଆହତ ଛାତ୍ରଛାତ୍ରୀମାନେ ହେଲେ ୭ମ ଶ୍ରେଣୀର ମହେଶ୍ୱର ପାତ୍ର, ସୁନିତା ପାତ୍ର, ଆୟୁସ୍ମାନ ମାନସିଂହ ସୁଶାନ୍ତ ପାତ୍ର। ଗୋଟିଏ ଦିନରେ ଏଭଳି ବଜ୍ରଘାତ ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଓ ୪ ଛାତ୍ରଛାତ୍ରୀ ଆହତ ହେବା ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।

Related posts

ପୁଲିସ ମହାନିର୍ଦ୍ଦେଶକଙ୍କ ରାଉରକେଲା ଗସ୍ତ

mahabharatanews

 ଆଜି ଲୋକାର୍ପିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ 

mahabharatanews

“ମୋଦୀଙ୍କ ଟିପ୍ପଣୀ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଏକ ଅପମାନ”:  ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ

mahabharatanews